
ବରଗଡ ରେନବୋ ପବ୍ଲିକସ୍କୁଲର ପରୀକ୍ଷା ଫଳ ପ୍ରକାଶ ନହୋଇଥିବା ଛାତ୍ରଛାତ୍ରୀ ପହଞ୍ଚିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ । ବୁଧବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବରଗଡ଼ର ରେନବୋ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ । ଗତ ୧୩ ତାରିଖରେ CBSE ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ୬ ଗୋଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା।
ତେବେ ବରଗଡ଼ ସହରରେ ରହିଥିଵା ରେନବୋ ପବ୍ଲିକ ସ୍କୁଲର ମଧ୍ୟ ପରୀକ୍ଷା ଫଳ ବାହାରି ନଥିବା ବେଳେ ଭବିଷ୍ୟତ ଚିନ୍ତାରେ ରହିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଁଞ୍ଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କ ଦାବି ପୂରଣ ନ ହେଲେ ହଙ୍ଗର ଷ୍ଟ୍ରାଇକରେ ବସିବେ ବୋଲି ଛାତ୍ରଛାତ୍ରୀ ମାନେଚେତାବନୀ ଦେଇଛନ୍ତି ।