ମହୁମାଛି ଆକ୍ରମଣରେ ୬ ସାବିତ୍ରୀ ଗୁରୁତର

ପୂଜା କରୁଥିବା ବେଳେ ମହୁମାଛି ଆକ୍ରମଣରେ ଛଅ ଜଣ ସାବିତ୍ରୀଙ୍କ ସହ ପୂଜକ ଗୁରୁତ୍ୱର

ଓଡ଼ିଆ ସଂସ୍କୃତିରେ ସଧବା ନାରୀଙ୍କ ଦ୍ୱାରା ପାଳିତ ଅନନ୍ୟ ପରମ୍ପରା ପବିତ୍ର ସାବିତ୍ରୀ ଅମାବାସ୍ୟା। ଏହି ଅବସରରେ ମହିଳା ମାନେ ସ୍ୱାମୀଙ୍କ ପାଇଁ ବ୍ରତ ରଖି ଉପବାସ ରହି ରୀତି ନୀତି ଅନୁଯାୟୀ ଏକାଠି ହୋଇ ପୂଜା କରିଥାନ୍ତି । ତେବେ ପୂଜାକରୁଥିବା ବେଳେ ମହୁମାଛି ଆକ୍ରମଣରେ ୬ ଜଣ ମହିଳା ଙ୍କ ସହ ପୂଜକ ଗୁରୁତର ହୋଇଛନ୍ତି ।

ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ମା କୁରୁମେଇ ପୀଠ ରେ । ପୂଜା ଚାଲୁଥିବା ବେଳେ ଅଚାନକ ମହୁମାଛି ମାନେ ଆସି ସାବିତ୍ରୀ ପୂଜା କରୁଥିବା ମହିଳା ମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ ରେ ଗୁରୁତର ମହିଳା ମାନଙ୍କୁ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।