ବ୍ୟାସନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଗ୍ରୀଷ୍ମ ପ୍ରଭାବରେ ରକ୍ତର ଅଭାବ ଦେଖାଯାଉଥିବା ବେଳେ ଅନେକ ସ୍ଥାନରେ ରକ୍ତ ଅଭାବରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଆଖି ଆଗରେ ରଖି ବ୍ୟାସନଗର ଚୋର୍ଦା ସ୍ଥିତ ହରେକୃଷ୍ଣ ଭବନ ପରିସରରେ ବି ଏନ ମହାନ୍ତି ଆସୋସିଏଟ୍ସ ଅନୁଷ୍ଠାନ ପକ୍ଷରୁ ବିବେକାନନ୍ଦ ମହାନ୍ତି ଙ୍କ ତତ୍ଵାବଧାନରେ ୩୨ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ଏଭଳି ଏକ ମହତ କାର୍ଯ୍ୟର ଆୟୋଜନ କରିଥିବା ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ରକ୍ତଦାନ ଶିବିର ଚତୁର୍ଥ ବର୍ଷ ରେ ପଦାର୍ପଣ କରିଥିବା ବେଳେ ସହର ର ଅନେକ ବୁଦ୍ଧିଜୀବୀ, ଓ ସ୍ଵେଚ୍ଛାସେବୀ ସଂଗଠନର ଯୁବକ ମାନେ ସହଯୋଗ କରିଥିବା ବିବେକାନନ୍ଦ ମହାନ୍ତି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଧର ମହାନ୍ତି, ଧନେଶ୍ୱର ବାରିକ, ପ୍ରଫୁଲ୍ଲ ସାହୁ, ସବିତା ରାଉତ, ବିଜୟ ସାହୁ, ହେମନ୍ତ କୁମାର ପଥାଳ, ଅକ୍ଷୟ କୁମାର ଦେଓ, ପ୍ରମୁଖ ଉପସ୍ଥିତ ଥିଲେ ।