ଆନନ୍ଦପୁର ବ୍ଲକ କୋଡାପଡାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଗ୍ରାମର ଶୁକଦେବ ଓଝା ଓ଼ ପରିବାରର ସମସ୍ତେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ଅଗ୍ନିକାଣ୍ଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ।