
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନେ ମହିମା ଆଶ୍ରମ ସେଛାସେବି ପକ୍ଷରୁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ପୋଲ ନିକଟରେ ବାଲିଆପାଳରୁ ମକଦ୍ଦା ରୋଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ମହିମା ଆଶ୍ରମ ମନ୍ମଥ ପ୍ରଧାନ ଏବଂ ସନ୍ୟାସୀ ପ୍ରଧାନ ଯୋଗ ଦେଇ ଅନୁଷ୍ଠିତ ହୋଇ ଥିଲା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଅଛି।ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳୀ ତଥା ଜନ ଗହଳି ପୂର୍ଣ୍ଣ ହୋଇ ଥିବା ରୁ ଜଳଛତ୍ର କିଛି ମାତ୍ରାରେ ବାଟୋଇ ମାନଙ୍କୁ ସହାୟକ ହୋଇଛି।
ରାଜ୍ୟ ସରକାର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରା ଯାଇ ନ ଥିବା ବେଳେ ଆଜିର ଜଳଛତ୍ର ବଣ୍ଟନରେ ବହୁତ ବାଟୋଇ ଯାତ୍ରୀ ମାନେ ଦ୍ବାରା ଉପକୃତ ହୋଇ ଥିବା ନେଇ ସ୍ଥାନୀୟ ଜନ ସାଧାରଣ ମହଲରେ ପ୍ରଶଂସା କରିଅଛନ୍ତି।ଅନ୍ୟପଟେ ବିଭାଗୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି।ଏହି ଜଳ ଛତ୍ର ଖୋଲିବା ଦ୍ୱାରା ସହରକୁ ଆସୁଥିବା ବିଭିନ୍ନ ଲୋକ ମାନଙ୍କ ସହି ବାଟୋଇ ପାନୀୟ ଜଳ ପାଇଁଁ ପାରିବେ ବୋଲି ମଧ୍ୟ ସେ କହିଥିଲେ। ଉପସ୍ଥିତ ରହି ବାଟୋଇ ମାନଙ୍କୁ ଜଳ ପ୍ରଦାନ କରିଥିଲେ ।