ଏମିତି ବି ମୃତ୍ୟୁ ଆସେ । ରାମନବମୀ ଯାତ୍ରା ଦେଖି ଯିବା ହେଲା ଜୀବନର ଶେଷ ଯାତ୍ରା । ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସ ଭୋଇପାଲି ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜୁ ଏକ୍ସପ୍ରେସ ଓ୍ବେର ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ପଛରେ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ୩ ଜଣ ହେଉଛନ୍ତି ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାରିକକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।