
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଓସ୍ତପୁରା ସରକାରୀ ସେବା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ ହୋଇଛି। ଏଥିରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡବଲୁଓ ଆକାଶ କୁମାର ଜେନା, ଏସଏମସି ସଭାପତି ପୂର୍ଣ୍ଣଚନ୍ଦ୍ର ମହାକୁଡ଼ , ସଦସ୍ୟ ପ୍ରଦିପ ମହାକୁଡ଼ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଖଡ଼ି ଛୁଆଁଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।