ପାରାଦ୍ଵୀପରେ ହୋଟେଲ ଏମ୍ପିୟର୍ସ ପକ୍ଷରୁ ପଖାଳ ଦିବସ ପାଳିତ

ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ଘରର ପ୍ରିୟ ଖାଦ୍ୟ । କିନ୍ତୁ ବର୍ତ୍ତମାନର ସାମାଜିକ ଚଳଣିରେ ଫାଷ୍ଟ ଫୁଡ୍ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିଛି । ଏହାର କାରଣ ଆମେ ଆମର ଚଳଣି ଓ ପରମ୍ପରାକୁ ଭୁଲି ଆଧୁନିକତାର ପଛରେ ଗୋଡାଉଛେ । ଯେଉଁଥିପାଇଁ ଆମେ ବିଭିନ୍ନ ଶାରୀରିକ ଅସୁସ୍ଥତାର ଶିକାର ହେଉଛେ । ତେଣୁ ଆମର ପାରମ୍ପରିକ ଖାଦ୍ୟ ପଖାଳ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ପଖାଳ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳିତ ହୋଇଯାଇଛି ।

ପାରାଦ୍ଵୀପରେ ହୋଟେଲ ଏମ୍ପିୟର୍ସ ପକ୍ଷରୁ ପଖାଳ ଦିବସ ଅବସରରେ ଏକମାସ ପର୍ଯ୍ୟନ୍ତ ଏହି ପଖାଳ ଫେଷ୍ଟିଭାଲ ଆରମ୍ଭ ହୋଇଛି । ମାତ୍ର ୫୯୯ ଟଙ୍କାରେ ପାଖାପାଖି ୧୨ ପ୍ରକାରର ବ୍ୟଞ୍ଜନ ସହିତ ଭେଜ୍ ପଖାଳ କଂସା ଓ ୭୯୯ ଟଙ୍କାରେ ନନଭେଜ ପଖାଳ କଂସା ପ୍ରସ୍ତୁତ କରାଯାଉଛି । ଏହି ଅବସରରେ ହୋଟେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କରି ପ୍ରକାଶ କରାଯିବା ସହିତ ସାଧାରଣ ଲୋକେ ଏହି ଉତ୍ସବରେ ସାମିଲ ହୋଇ ପାରିବା ଭଳି ଟଙ୍କା ରଖାଯାଇଥିବା କୁହାଯାଇଛି ।