
ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ଫ ଫାଣ୍ଡି ଅନ୍ତର୍ଗତ ଆମ୍ବପୁଞ୍ଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡ଼ା ବଜାରକୁ ବ୍ୟବସାୟ କରିବାକୁ ଯାଇଥିବା ବେଳେ ଘରୁ ଆନୁମାନିକ ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ, ସୂଚନା ଅନୁଯାଇ ଆମ୍ବପୁଞ୍ଜା ଗ୍ରାମର ପୂର୍ଣଚଦ୍ର ପରିଡ଼ା ପ୍ରତ୍ୟକ ଦିନ ରାତିରେ ନିକଟସ୍ଥ ନାମ୍ଫ ବଜାର ବ୍ୟବସାୟ ପାଇଁ ଯାଆନ୍ତି। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଘରୁ ବ୍ୟବସାୟ ପାଇଁ ବାହାରି ଗଲେ ଘର ଫାଙ୍କା ପଡ଼େ।ଏହାର ସୁଯୋଗ ନେଇ ଆଜି ରାତିରେ ଲୁଟ ହୋଇଥିବା ଜଣା ପଡିଛି। ସେପଟେ ପରିବାର ଲୋକେ ଖବର ପାଇ ନାମ୍ପ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ୧୧୨ ରେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଆନୁମାନିକ ୫୦ ଲକ୍ଷ ଟଙ୍କାର ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି