ଅସୁସ୍ଥ ଏ.ଆର ରେହେମାନ

ହସ୍ପିଟାଲରେ ଭର୍ତ୍ତି ହେଲେ ଓସ୍କାର ବିଜେତା ତଥା ବଲିଉଡ ସଂଗୀତଜ୍ଞ ଏ.ଆର ରେହେମାନ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 58 ବର୍ଷୀୟ ରହମାନଙ୍କୁ ସକାଳ ସାଢେ 7ଟା ରେ ଗ୍ରୀମ୍ସ ରୋଡରେ ଥିବା ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ତାଙ୍କର ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରାଯାଇଥିଲା। ଯନ୍ତ୍ରଣାର ଗମ୍ଭୀରତା ସମ୍ବନ୍ଧରେ ଜାଣିବା ପାଇଁ ସଂଗୀତଜ୍ଞଙ୍କୁ ଆଞ୍ଜିଓଗ୍ରାମ କରିବାକୁ ପଡ଼ିପାରେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡିଛି।

ରେହେମାନ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି । ଏ.ଆର ରେହେମାନଙ୍କ ଅସୁସ୍ଥତା ଖବର ଶୁଣାବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏନେଇ ଏକ୍ସରେ ସୂଚନା aଦେଇ ଷ୍ଟାଲିନ କହିଛନ୍ତି,”ଏ.ଆର ରେହେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଶୁଣିବା ମାତ୍ରେ ମୁଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲି ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଘରକୁ ଫେରି ଆସିବେ ବୋଲି ଡାକ୍ତର କହିଛନ୍ତି।”ବିଲଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ ଲିଜେଣ୍ଡ ଏ ଆର୍‌ ରେହମାନ । ଦେଶ ତଥା ବିଦେଶରେ ରେହମାନ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରଛନ୍ତି । ସ୍ବରର ଯାଦୁରେ ସଭିଙ୍କ ହୃଦୟରେ ରାଜ କରୁଛନ୍ତି ରେହମାନ । ବିଶ୍ବର କୋଣଅନୁକୋଣରେ ତାଙ୍କର କୋଟିକୋଟି ଫ୍ୟାନ୍ସ ତାଙ୍କ ଆଲବମ ଆଧୁନିକ ସଙ୍ଗୀତ ଦୁନିଆକୁ ଏକ ନୂତନ ସ୍ତରକୁ ନେଇଯାଇଛି ।

ଜୟ ହୋ, ଏନା ସୋନା ଏବଂ ତେରେ ବିନା ଭଳି ଗୀତର ରଚନା ପାଇଁ ସେ ବେଶ ଜଣାଶୁଣା । ତାଙ୍କୁ ସଙ୍ଗୀତ ଜଗତର ବାଦଶାହ ” ବୋଲି କୁହାଯାଏ ।