ବିଶ୍ବ ଜଳାବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ

ଭାରତ ସରକାରଙ୍କ ଇକ୍ରୀକ ପ୍ରକଳ୍ପ ଦ୍ବାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ରେ ମହିଳା ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା । ଜଳାବାୟୁ ପରିବର୍ତ୍ତନ ଓ ଏହାର ମୁକାବିଲା ପାଇଁ ସମୁଦ୍ର କୂଳରେ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା , ବିଶ୍ବ ରେ ଜଳବାୟୁ ପରିବର୍ତ୍ତନ ଫଳରେ ଜୀବ ଜଗତ ଉପରେ ପ୍ରଭାବ , ପ୍ରକୃତି ଭାରସାମ୍ୟ ହରାଇବା ଫଳରେ କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବା ଭଳି ବିଭିନ୍ନ ଘଟଣା ଉପରେ ଆଲୋଚନା ହୋଇଥିଲା । ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ କୃଷି କ୍ଷେତ୍ରରେ ବ୍ୟବହାର ଜୈବିକ କୀଟନାଶକ ସାର ଆଦି ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ଜଳବାୟୁ ପରିବର୍ତ୍ତନ ର ସ୍ବେଛାସେବୀ , ଏସ ଏଚ ଜି ମହିଳା , ଅଗ୍ରଣୀ ମହିଳା କୃଷକ , ଅନନ୍ୟ ପତ୍ରିଭା ଧାରି ମହିଳା ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରତିଜ୍ଞା କରିଥିଲେ ଯେ , ଆଗାମୀ ଦିନରେ ରସାୟନ ସାର ଓ କିଟନାଶକ ମୁକ୍ତ ବ୍ଲକ ଗଠନ କରିବା ପାଇଁ । ଜୈବିକ ପଦ୍ଧତିରେ ଫସଲ ଉତ୍ପାଦନ କରି କିପରି ନିରୋଗ ସୁସ୍ଥ ସମାଜ , ସୁସ୍ଥ ବିଶ୍ବ ଗଠନ କରି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଭା ଉପରେ ଖେଳକୁଦ ପ୍ରତିଯୋଗିତା କରାଯାଇଥିଲା । ଏବଂ ମହାକାଳପଡ଼ା ଅଂଚଳ ରେ ଆତ୍ମନିର୍ଭରଶୀଳ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା । ବ୍ଲକ ର ଜଳବାୟୁ ପରିବର୍ତ୍ତନ ର ସ୍ବେଛାସେବୀ , ଏସ ଏଚ ଜି ମହିଳା , ଅଗ୍ରଣୀ ମହିଳା କୃଷକ , ଅନନ୍ୟ ପତ୍ରିଭା ଧାରି ମହିଳା ,ନେଚର କ୍ଲବ ଓ ଉତ୍କଳ ସେବକ ସମାଜ ଭଳି ସ୍ବେଛାସେବୀ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ ।