
ଚାଷୀଙ୍କ ବୋନସ ଟଙ୍କା ହଡପ କରିବାକୁ ଚାଲିଛି ମସୁଧା, ଚାଷୀଙ୍କୁ ଶୋଷଣ କରିବାର ଆଉ ଏକ ନୂଆ ତରିକା ଆପଣାଇଛନ୍ତି ଧାନ ମଣ୍ଡିର ସମ୍ପାଦକ | ପ୍ରଥମେ ଟୋକନ ତାରିଖ ମାସେ ଅଛି ବ୍ୟସ୍ତ ହୁଅନି, ତା ପରେ ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ଆଉ ଶେଷରେ ଧାନ କିଣିବା ଆଉ ସମ୍ଭବ ନୁହେଁ ବୋଲି କହୁଛନ୍ତି ସୋସାଇଟି ସମ୍ପାଦକ | ଆଇ ସ୍କାନ କରି ଟୋକନ ଆମକୁ ବିକ୍ରି କରି ଦିଅ, ଆଉ କୁଇଣ୍ଟାଲ ପିଛା ୩୦୦ ଟଙ୍କା ନେଇଯାଅ ବୋଲି କହୁଛନ୍ତି ସୋସାଇଟି ସମ୍ପାଦକ | ଏମିତି କିଛି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଜଳେଶ୍ବରପୁର ପ୍ରାଥମିକ କୃଷି ସମବାୟ ସମିତିରୁ । ଶୁଣନ୍ତୁ କଣ କହୁଛନ୍ତି ଚାଷୀ ସଞ୍ଜୁଲତା ବଳ–
ଚାଷୀ ମିନତୀ ବଳଙ୍କୁ ଫୋନ କରି କୁହାଯାଇଛି କି, ବର୍ଷା ହେଲା, ଧାନ ଗଜା ହେଲାନି, ଧାନ ତ ମଣ୍ଡି ନେଉନି, ଆମେ ଧାନ କେମିତି କିଣିବୁ, ତୁମର କୁପନ କଟିଯିବ, ତମେ ଗୋଟେ କାମ କର, କ୍ଵିଣ୍ଟାଲ ପିଛା ୩ ଶହ ଟଙ୍କା ନେଇ ଆଖି ସ୍କାନ କରିଦିଅ, ବେପାରୀଙ୍କୁ ଧାନ ବିକ୍ରି କରିଦିଅ
ସେପଟେ ଚାଷୀଙ୍କର ଏ ସମସ୍ତ ଅଭିଯୋଗକୁ ସୋସାଇଟି ତରଫରୁ ଖଣ୍ଡନ କରାଯାଇଛି | ସମସ୍ତ ଅଭିଯୋଗ ମିଥ୍ୟା, କିଛି ମାଫିଆମାନେ ଚାଷୀଙ୍କ ଠାରୁ ଟଙ୍କା ହଡପ କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି |

କହିରଖୁଛୁ କି, ଜାନୁଆରୀ ୨୭ ତାରିଖରେ ଉକ୍ତ ଦୁଇ ଚାଷୀଙ୍କର ଟୋକାନ ତାରିଖ ଥିଲା । ଧାନ ବିକ୍ରି କରିବା ପାଇଁ ପ୍ରଥମେ ସମବାୟ ସମିତିର ସମ୍ପାଦକ ବୃନ୍ଦାବନ ଭଳଙ୍କୁ ଦେଖା କରିଥିଲେ । ଧାନ ବସ୍ତା କରି ରଖ ତୁମ ସିରିଏଲ ପଡିଲେ କଲ ଯିବ, ତାପରେ ଧାନ ଦେବ । ପୁଣି କିଛି ଦିନ ଗଲା ପରେ ମଣ୍ଡିରେ ଧାନ ଷ୍ଟକ ଅଛି ସମୟ ହେଲେ କଲ ଯିବ । ଏପରି ବାରମ୍ବାର ଦୌଡ଼ି ଦୌଡ଼ି ଥକି ପଡ଼ିଲେ ଦୁଇ ମହିଳା । ଶେଷରେ ଟୋକନ କଟିବାର ଦୁଇ ଦିନ ପୂର୍ବରୁ କଲ ଆସିଲା, ଅଫିସକୁ ଆସି ଦେଖା କର । ଅଫିସ ଗଲା ପରେ ଏଥର ସମ୍ପାଦକ କହିଲେ ଆଉ ଧାନ ଦେବା ସମ୍ଭବ ନୁହେଁ ତୁମେ ଆଇ ସ୍କାନ କରି କୁଇଣ୍ଟାଲ ପିଛା ୩୦୦ଟଙ୍କା ନେଇ ଯାଅ । ଆଉ ରଖିଥିବା ଧାନକୁ ବାହାରେ ବିକ୍ରି କରିଦିଅ । ଜଣେ କି ଦୁଇ ଜଣ ନୁହେଁ ଏମିତି ବହୁ ଚାଷୀଙ୍କ ଠାରୁ ଟୋକନ କିଣି ବାହାରୁ ଧାନ ସଂଗ୍ରହ କରି ମିଲକୁ ପଠାଉଛନ୍ତି ସମ୍ପାଦକ । କୁଇଣ୍ଟାଲ ପିଛା ଚାଷୀଙ୍କୁ ୩୦୦ଟଙ୍କା ଦେଇ ଚାଷୀଙ୍କ ବୋନସ ଟଙ୍କା ହଡପ କରି ମାଲେ ମାଲ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସରକାରୀ ସ୍ତରରେ ଏହାର ତଦନ୍ତ ଆବଶ୍ୟକତା ହେବା ସହ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି