ଗତକାଲି ରାତି ପ୍ରାୟ ୯ଟା ବେଳେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଚମ୍ପୁଆ ପଟେ ଆସୁଥିବା ଏକ ଟ୍ରାକ୍ଟର ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇ ଏକ ସ୍କୁଟିକୁ ଧକ୍କା ଦେଇଥିଲା |



ସ୍କୁଟିରେ ଥିବା ଯାମୁଦଲକ ପଞ୍ଚାୟତର ନିର୍ବାହୀ ଅଧିକାରୀ କାଶିପ୍ରଭା ମହାନ୍ତି ଘଟଣାସ୍ଥଳରେ ମୣତ୍ୟୁବରଣ କରିଛନ୍ତି | ତାଙ୍କ ସହିତ ସ୍କୁଟିରେ ବସିଥିବା ସୁନାପଶି ପଞ୍ଚାୟତ ନିର୍ବାହୀ ଅଧିକାରୀ ରଚୟିତା ସେନାପତି ଆହତ ହେଇଛନ୍ତି |

ଅନ୍ୟପଟେ ଟ୍ରାକ୍ଟର ସହ ଧକ୍କା ହେଇଥିବା କାରଟି ସାମ୍ନାରେ ଯାଉଥିବା ଦୁଇ ବାଇକକୁ ଧକ୍କା ଦେଇଥିଲା | ବାଇକରେ ଥିବା ମଙ୍ଗଳପୁର ଗାଁର କୁମାରମୂର୍ତ୍ତି ପ୍ରଧାନ, ପାଞ୍ଚ ପୋଖରିଆ ଗାଁର ରଞ୍ଜନ ଗିରି ଓ ମନୋଜ ନାଏକ ଗୁରୁତର ଆହତ ହୋଇଛନ୍ତି |ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଓ କାର ଡ୍ରାଇଭର ଗିରଫ କରାଯାଇଛି |