ଆନ୍ଧ୍ରପ୍ରଦେଶର କାକିନଡା ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଦାନ୍ତ ଆଲୁମିନିୟମ କମ୍ପାନୀର ଏକ ଟାଙ୍କର ଆଜି ସକାଳ ୮ଟା ସମୟରେ ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଗତିଗୁଡ଼ା ଆଶ୍ରମ ସ୍କୁଲ ପାଚେରି ଭାଙ୍ଗି ଦୁର୍ଘଟଣା ଗ୍ରସ୍ତ ହୋଇଛି ।









ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡି ଭିତରେ ଡ୍ରାଇଭର ପବନ୍ ସିଙ୍ଗ୍ ଚାପିହୋଇ ରହିଥିବା ଦେଖି ସ୍ଥାନୀୟ ଲୋକେ ଟାଙ୍କର ଡ୍ରାଇଭରକୁ ଉଦ୍ଧାର କରି ବିଷମକଟକ ହସ୍ପିଟାଲକୁ ପଠେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଜଣଙ୍କ ସୁସ୍ଥ ଥିବା ବେଳେ ଭାରସାମ୍ୟ ହରାଇ ଟାଙ୍କରଟି ଏଭଳି ଦୁର୍ଘଟଣା ଘଟିଥିବା ବୋଲି ଡ୍ରାଇଭର ସୂଚନା ଦେଇଛନ୍ତି ।