ହାଣ୍ଡିଆ ନିକଟ ତାଳଦଣ୍ଡା କେନାଲରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ ଯୁବକ ଜଣଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛତା ଗ୍ରାମରେ ହେଇଥିବା ବେଳେ ତାଙ୍କ ନାମ ବିଭୁପ୍ରସାଦ ନାୟକ(୨୧) ବୋଲି ଜଣାପଡିଛି। ସେ ଏଏମଏନଏସ କମ୍ପାନୀରେ କାମ କରୁଥିବା ବେଳେ ଡିୟୁଟି ସାରବା ପରେ ତାଳଦଣ୍ଡା କେନାଲରେ ଡ୍ରେସ୍ ସଫା କରୁଥିବା ବେଳେ ବୁଡି ଯାଇଥିବା ସୂଚନା ମିଳିଛି । ସ୍ଥାନୀୟ କିଛି ଯୁବକ କେନାଲ ନିକଟରେ ଡ୍ରେସ୍ ଓ ଚପଲ ଦେଖିଥିବା ବେଳେ ପାଣିରେ ତାଙ୍କ ଗୋଡ ଦେଖି ତାଙ୍କୁ ପାଣିରୁ ଉଠାଇ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାରାଦ୍ଵୀପ ଆଦର୍ଶ ଥାନା ଓ ଲକ୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି।