ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ ବିଦ୍ୟୁତ୍ ଖମ୍ବରେ ବାଇକ୍ ପିଟି ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ । ବିଦ୍ୟାଳୟକୁ ସରସ୍ଵତୀ ପୂଜା ପାଇଁ ଗଲାବେଳେ ଘଟିଛି ଦୁର୍ଘଟଣା। ମୃତକ ଛାତ୍ର ଚୌକା ଗାଁର ଦଶମ ଶ୍ରେଣୀର ଛାତ୍ର କ୍ରିସ୍ ମହାକୁର। ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଚୌକା ଗାଁ ଦୁଇ ଜଣ ଛାତ୍ର ମୂର୍ଶୁଣ୍ଢି ରଘୁନାଥ ଉଚ୍ଚ ବିଦ୍ୟାଳୟକୁ ବାଇକ୍ ଯୋଗେ ସରସ୍ଵତୀ ପୂଜା କରିବାକୁ ଆସୁଥିଲେ ।
ମେଟାକାନି ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ । ଦୁଇ ଛାତ୍ର ଗୁରୁତର ଅବସ୍ଥାରେ ପଡିଥିବାବେଳେ ଦୁଇ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ । ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଛାତ୍ରକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଛାତ୍ର ଦେବାଶିଷ କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଏଠାରେ ପ୍ରଶ୍ନ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଛାତ୍ରମାନଙ୍କୁ କିଭଳି ବାଇକ୍ ଚଳାଇବାକୁ ଦେଉଛନ୍ତି ଅଭିଭାବକ ଓ କାହିଁକି ବାରଣ କରୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ ।