ଆଉ ନାହିଁ ମାଘ ମାସରେ ବାଘ ଭଳି ଶୀତର ଭୟ, ମାଡ଼ି ଆସୁଛି ଘନ କୁହୁଡି

ଜାନୁଆରି ମାସ ଶେଷ ହୋଇ ନଥିବା ବେଳେ ପଡ଼ିଲାଣି ଗ୍ରୀଷ୍ମଋତୁର ପ୍ରଭାବ । ରାଜ୍ୟରେ ତାପମାତ୍ରା ୧୮ ଡିଗ୍ରି ରେକର୍ଡ କରାଯାଇଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।

ଚାଲିଛି ମାଘ ମାସ। ହେଲେ ହେଉନି ମାଘ ମାସରେ ବାଘ ଭଳି ଶୀତ। ଯୁଗ ଯୁଗରୁ କଥା ରହିଛି ମାଘ ମାସରେ ବାଘ ଭଳି ଶୀତ ହୁଏ। ହେଲେ ଏବେ ଗରମ ପରିଲକ୍ଷିତ ହେଉଛି। ଖରା ଦିନ ନ ଆସୁଣୁ ଦେହରେ ଝାଳ ଜକେଇଲାଣି । ଗତ ବର୍ଷ ଭୟଙ୍କର ଶୀତ ହେଉଥିଲା। ଶୀତରେ ବୁଢ଼ାବୁଢ଼ୀ ମାନେ ବାହରକୁ ବାହାରିବା ପାଇଁ ଡରୁଥିଲେ । ମାତ୍ର ଏ ବର୍ଷ କେଇଟା ଦିନରେ କୁଆଡେ଼ ଉଭେଇଗଲା ଶୀତ। ଶୀତ ବଦଳରେ ମାଡ଼ି ଆସୁଛି ଘନ କୁହୁଡି। ଏଥର ପ୍ରଚୁର ମାତ୍ରାରେ ହେଉଛି ଘନ କୁହୁଡି। କେତେ ଜାଗାରେ ଦୁର୍ଘଟଣା ଘଟୁଥିବା ଖବର ମଧ୍ୟ ଆସୁଛି ।

ଜିଲ୍ଳାର କିଛି କିଛି ସ୍ଥାନରେ ଯଥା – ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନରେ ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଚଳେ । ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ମାସ ଶେଷ ହୋଇ ନଥିବା ବେଳେ ଗ୍ରୀଷ୍ମଋତୁର ପ୍ରଭାବ ପଡ଼ିଲାଣି । ରାଜ୍ୟରେ ତାପମାତ୍ରା ୧୮ ଡିଗ୍ରି ରେକର୍ଡ କରାଯାଇଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼କୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *