
ଆଇଟମ୍ ଡାନ୍ସ କଲେ ବସିବ ଠେଙ୍ଗା ପାହାର । କିଣା ସରିଛି ୧୦୦ ଟା ଠେଙ୍ଗା । ପୁରା ସାଇଜ ହୋଇ ଥୁଆ ହୋଇଛି । ଖଣ୍ଡଗିରି ଯାତ୍ରାରେ ଯିଏ ନଗ୍ନ ନାଚ ନାଚିବ ତା ଉପରେ ମାଡ ବର୍ସିବ । ସେ ପୁଣି ଏମିତି ସମିତି ମାଡ଼ ନୁହେଁ ପୂରା ସିରିୟସ୍ ମାଡ ହେବ । ଆଖି କାନ କୁ ଛାଡ଼ି ନିର୍ଦ୍ଧୁମ ଛ୍ଛେଚା ହେବ।

ଆଜ୍ଞା ହଁ ଏପରି ଖୋଲମ ଖୋଲା ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ ।
ଯାତ୍ରାରେ ଦିନକୁ ଦିନ ଅଶ୍ଲିଳତା ସୀମା ପାର୍ କରିବାରେ ଲାଗିଛି । ଆଉ ପାଣି ମାଡ଼ିଲା ପରି ବଢି ବଢି ଚାଲିଛି । ଆଇଟମ୍ ଡାନ୍ସ ନାଁରେ ନଗ୍ନ ନାଚ ହେଉଛି । ଯାହାର ପ୍ରଭାବ ସିଧା ସଳଖ ଯୁବପୀଢିଙ୍କ ଉପରେ ପଡୁଛି । ଦିନ ଥିଲା ଯାତ୍ରା ଏକ ମନୋରଞ୍ଜନର ମାଧ୍ୟମ ଥିଲା । ଲୋକେ ବେଶ୍ ପସନ୍ଦ କରୁଥିଲେ । ଲୋକେ ପରିବାର ସହ ଯାତ୍ରା ଦେଖିବାକୁ ଯାଉଥିଲେ କିନ୍ତୁ ଏବେ ପରିବାର ସହ ଯାତ୍ରା ଦେଖିବାକୁ ଗଲେ ଲାଜ ଲାଗୁଛି । ହଁ ଦର୍ଶକ ବନ୍ଧୁ ଏକଥା ଆମେ କହୁନୁ, କହୁଛନ୍ତି ସାଧାରଣ ଲୋକେ ।

ଏଭଳି ଅଭିଯୋଗ ସେତେବେଳେ ଆସିଛି, ଯେତେବେଳେ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟମ୍ ଗର୍ଲ ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କରୁଛନ୍ତି ।

ସଂଗୀତ ସହ ନୃତ୍ୟର କୌଣସି ତାଳ ମେଳ ରହୁନି । ତଥାବି ଏହି ନୃତ୍ୟ ଦେଖିବା ପାଇଁ ଯାତ୍ରାରେ ଭିଡ ଜମୁଛି । କେବଳ ଏତିକି ନୁହେଁ ଯାତ୍ରାରେ ଏହି ନୃତ୍ୟ ଦେଖି ଲୋକେ ଟଙ୍କା ମଧ୍ୟ ଉଡାଉଛନ୍ତି । ତେବେ କେବଳ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟ୍ ଗର୍ଲଙ୍କ ଦୋଷ ଦେଲେ ହେବନି ଲୋକେ ମଧ୍ୟ ସଚେତନ ହେବା ଆବଶ୍ୟକ ରହିଛି । ଲୋକେ ଏପରି ନୃତ୍ୟକୁ ପ୍ରୋତ୍ସାହ ଦେଉଥିବାରୁ ଯାତ୍ରାରେ ଅଶ୍ଲିଳ ନୃତ୍ୟ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ସେଥିଲାଗି ସଚେତନ ହେବା ପାଇଁ ଏଭଳି ନିଷ୍ପତି ଶୁଣାଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।