ନବଦାସ ହତ୍ୟାକାଣ୍ଡର ଫିଟିଲା ଗୁମର, ସାର୍ଟର ରଙ୍ଗ ବଦଳିଲା କେମିତି ?

ଏହି ସବୁ ପ୍ରଶ୍ନର ଉରରେ ଆସୁଛି ଗୋଟାଏ ନାଁ, ସେ ହେଉଛି କ୍ରାଇମବ୍ରାଞ୍ଚ। ନବଦାସ ମଡର୍ ମୀଷ୍ଟ୍ରି ଉପରୁ ହଟୁଛି ପରଦା। ଖୋଲୁଛି ଗୁମର। ହଁ ଦର୍ଶକ ବନ୍ଧୁ ତଦନ୍ତରେ ଘଟିଛି ମହା ବିଭ୍ରାଟ। ଯାହାକି ଗୋଟିଏ ପରେ ଗୋଟିଏ ଆସୁଛି ସମ୍ନାକୁ। ୨୦୨୩ ଜାନୁଆରୀ ୨୯ ତାରିଖ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ନବ ଦାସଙ୍କୁ ସେତେବେଳର କାର୍ଯ୍ୟରତ ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେହି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ତଦନ୍ତ ଭାର ସମ୍ଭାଳି ଥିଲା କ୍ରାଇମବ୍ରାଞ୍ଚ । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ଜବତ କଲାନାହିଁ। ଯାହାର କି ଆଜି ଯାଏଁ ସଠିକ୍ ଖବର ମିଳୁନାହିଁ। ଏବଂ କ୍ରାଇମବ୍ରାଞ୍ଚ ଦେଇଥିବା ରେକର୍ଡ ରେ ନବଙ୍କ ପାଖରେ ଥିବା ସାକ୍ଷ୍ୟ ମାନଙ୍କର ଡ୍ରେସ୍ ରେ ମଧ୍ୟ ରକ୍ତ ଛିଟା ପଡ଼ିଥିଲା। ତାହାବି ଧଳା ରଙ୍ଗର ଥିବା ଦର୍ଶାଯାଇଛି।

ଏହକୁ ନେଇ ଉଠିଛି ପ୍ରଶ୍ନ। କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ । କେବଳ ଯେ, ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗକୁ ବି ବଦଳା ଯାଇଛି। ଯେତେବେଳେ ନବ କିଶୋର ଦାସଙ୍କ ଉପରେ ଆକ୍ରମଣ ହୋଇଥିଲା, ସେହି ସମୟରେ ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ଶୁଭେନ୍ଦୁ ପଟ୍ଟନାୟକ, ସିଦ୍ଧାର୍ଥନାଥ ଶର୍ମା ଓ ଦ୍ବାରିକାନାଥ ପଣ୍ଡା ନବ ଦାସଙ୍କୁ ଉଠାଇ ପଛସିଟ୍‌ରେ ଶୁଆଇ ଦେଇଥିଲେ । ଶୁଭେନ୍ଦୁ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଛିଟା ଲାଗିଯାଇଥିଲା । ୨୦୨୩, ଫେବ୍ରୁଆରି ୩ରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ରେକର୍ଡ ବୟାନରେ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ଉଲ୍ଲେଖ ହୋଇଥିଲା । ଏଵଂ ସୁଭେନ୍ଦୁଙ୍କ ହଳଦିଆ ରଙ୍ଗର ହାପ ସାର୍ଟ କଥା ମଧ୍ୟ ଲେଖା ହୋଇଥଲା।

ନବ ଦାସଙ୍କୁ ଗୁଳିମାଡ଼ର ହୋଇଥିବା ଭିଡିଓରେ ମଧ୍ୟ ଶୁଭେନ୍ଦୁ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ପ୍ରମାଣ ରହିଛି । ହେଲେ- କ୍ରା‌ଇମ୍‌ବ୍ରାଞ୍ଚ ବୟାନ୍‌ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଦେଇଛି ? ଏହା ପଛରେ କାହାର ରହିଛି ହାତ ? ତଦନ୍ତ ବେଳେ ଏତେ ବଡ଼ ବିଭ୍ରାଟ କାହିଁକି କଲା କ୍ରାଇମବ୍ରାଞ୍ଚ ? ଏହା କ୍ରାଇମ୍‌ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ପ୍ଲାନ୍ ? ଏହାକୁ ନେଇ ଏବେ ସବୁଆଡେ ହେଉଛି ଚର୍ଚ୍ଚା।

Leave a Reply

Your email address will not be published. Required fields are marked *