![](https://suchanatv.com/wp-content/uploads/2024/12/il-fish.png)
ଏହି ଦୁନିଆରେ ସମସ୍ତ ପ୍ରାଣୀ ପରସ୍ପର ପାଇଁ ଭୋଜନ | ଇଗଲ ଏବଂ ବାଜ ପକ୍ଷୀଙ୍କ ନଜର ସବୁବେଳେ ସମୁଦ୍ରରେ ପହଁରୁଥିବା ମାଛ ଉପରେ ରହିଥାଏ, ସେପଟେ ସିଂହ ଜଙ୍ଗଲରେ ରାଜୁତି କରି ନିଜ ଅପେକ୍ଷା ଦୁର୍ବଳ ପଶୁମାନଙ୍କୁ ଖାଇ ନିଜର ଭୋକକୁ ପୂରଣ କରିଥଏ | ଆଜି ବି ଡ଼ିସକଭରୀ ଏବଂ ଜୋଗ୍ରାଫି ଚ୍ୟାନେଲରେ ପଶୁମାନଙ୍କ ଜୀବନ-ଯାପନ ଗଭୀର ଭାବରେ ବର୍ଣ୍ଣନା ଏବଂ ଦର୍ଶାଯାଉଛି | ଏହି ସମୟରେ, ବିଶେଷଜ୍ଞମାନେ ଜଙ୍ଗଲକୁ ଯାଇ ପଶୁମାନଙ୍କ ମଧ୍ୟରେ ଅନୁସନ୍ଧାନ କରନ୍ତି | ଏହି ସମୟରେ, ସେ ନିଜ କ୍ୟାମେରାରେ ଏପରି ଚମତ୍କାର ଏବଂ ଆଖିଦୃଶିଆ ଚିତ୍ର ଏବଂ ଭିଡିଓ କ୍ୟାପଚର କରିଥାନ୍ତି , ଯାହା ଅବିଶ୍ୱସନୀୟ ଦେଖାଯାଏ | ବର୍ତ୍ତମାନ ସେହିଭଳି ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ବିଶ୍ୱାସ କରିବା ସମସ୍ତଙ୍କ ପକ୍ଷରେ କଷ୍ଟକର ହୋଇପାରେ |
X ରେ ଭାଇରାଲ୍ ହୋଇଥିବା ଏହି ଛବି ୨୬ ମିଲିୟନରୁ ଅଧିକ ଭ୍ୟୁଜର ଦେଖି ସାରିଲେଣି | ଏହି ଅବିଶ୍ୱସନୀୟ ଚିତ୍ର ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଉଛନ୍ତି ଏବଂ କିଛି ପ୍ରଶ୍ନ ମଧ୍ୟ ଉଠାଉଛନ୍ତି | ଏକ ହେରୋନ୍ ପକ୍ଷୀ ଗୋଟେ ଇଲ (ମାଛ) ଶିକାର କରି ଏହାକୁ ହଜାରେ ଫୁଟ ଆକାଶକୁ ନେଇ ଯାଇ ଏହାକୁ ଖାଇଲା, ଏହା ପୂର୍ବରୁ ଏହି ମାଛ ଉଡ଼ନ୍ତା ହେରୋନ୍ ପକ୍ଷୀ ପେଟରୁ ବାହାରକୁ ବାହାରିଗଲା |ଏହି ଚମକପ୍ରଦ ଦୃଶ୍ୟକୁ ଜଣେ ଫଟୋଗ୍ରାଫର ତାଙ୍କ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଦେଖୁ ଦେଖୁ ଭାଇରାଲ ହେବାରେ ଲାଗିଛି | ବର୍ତ୍ତମାନ ହେରନ୍ ଏବଂ ଇଲର ଏହି ଚିତ୍ରରେ ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି|