ଝାଡ଼ଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଚମ୍ପୁଆ ସୀମାନ୍ତରେ ଅବକାରୀ ବିଭାଗ ଓ ପୋଲିସର ଚଢାଉ

ଆଗାମୀ ଝାଡ଼ଖଣ୍ଡ ନିର୍ବାଚନ କୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ପୋଲିସ ସହାୟତାରେ ଚମ୍ପୁଆ ଅବକାରୀ ବିଭାଗ ଚମ୍ପୁଆ ସୀମାରେ ଥିବା ବୈତରଣୀ ନଦୀର ଦୁଇ ପାର୍ଶ୍ବରେ ଥିବା ବିଭିନ୍ନ ଗ୍ରାମ ରେ ଚଢାଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ରନ୍ଧା ମଦ ଜବତ କରିଛି। ସୂଚନା ଯୋଗ୍ୟ କି ଚମ୍ପୁଆ ସୀମାରେ ଅବସ୍ଥିତ ବୈତରଣୀ ନଦୀ ର ଦୁଇ ପାର୍ଶ୍ଵରେ ଥିବା ବିଭିନ୍ନ ଗ୍ରାମ ରେ ଏବେ ଦେଶୀ ରନ୍ଧା ମଦ ଏକ କୁଟୀର ଶିଳ୍ପ ରେ ପରିଣତ ହୋଇସାରିଛି। କିଛି ମଦ ମାଫିଆ ଗ୍ରାମ ର ଲୋକଙ୍କୁ ଏହି କାର୍ଯ୍ୟ ରେ ଲଗାଇ ଚମ୍ପୁଆ ଓ ଝାଡ଼ଖଣ୍ଡ ଅଞ୍ଚଳ ର ବିଭିନ୍ନ ଗ୍ରାମ କୁ ଚୋରା ମଦ ଯୋଗାଇ ଆସୁଛନ୍ତି। ତେବେ ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବା ବେଳେ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଜି ଅବକାରୀ ବିଭାଗ ଓ ଝାଡ଼ଖଣ୍ଡ ପୋଲିସ ର ଏହି ମିଳିତ ଚଢାଉ ଆରମ୍ଭ ହୋଇଛି ।

ଆଜି ବୈତରଣୀ ନଦୀ ର ଉଭୟ ପାଶ୍ୱର୍ରେ ଥିବା ଘୁଟୁ ସାହି ଜୟନ୍ତୀ ଗଡ଼ ଓ ଚମ୍ପୁଆ ରେ ଏହି ଚଢାଉ କରାଯାଇଥିବା ବେଳେ ଆଗକୁ ଏହି ଚଢାଉ ଜାରୀ ରହିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *