ପଶ୍ଚିମବଙ୍ଗରେ ନାବାଳିକାର ଅପହରଣ-ହତ୍ୟା ମାମଲାରେ ପୁଣି ଆରମ୍ଭ ହୋଇଯାଇଛି ହିଂସା, ବିଜେପିର ଦାବି- ‘ନାବାଳିକା ସହିତ ହୋଇଛି ଦୁଷ୍କର୍ମ’

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ କୋଚିଂ କ୍ଲାସ ପାଇଁ ଘରୁ ବାହାରକୁ ଯିବାବେଳେ ଜଣେ ଝିଅକୁ ଅପହରଣ କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ପଶ୍ଚିମବଙ୍ଗରେ ପୁଣି ଲୋକଙ୍କ କ୍ରୋଧ ଏବଂ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ବିକ୍ଷୋଭକାରୀମାନେ ଗୋଟେ ପୋଲିସ ପୋଷ୍ଟକୁ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସମସ୍ତଙ୍କ ନଜର ପୋଷ୍ଟ ମର୍ଟମ ରିପୋର୍ଟକୁ । ସେପଟେ ଭାରତୀୟ ଜନତା ପାର୍ଟି ଦାବି କରିଛି ଯେ ଏହା ବଳାତ୍କାର ଓ ହତ୍ୟା ମାମଲା।

ଅଗଷ୍ଟରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ସରକାର ସମାଲୋଚନାର ସମ୍ମୁଖୀନ ହୋଇଥିବାବେଳେ, ଏବେ ଏଭଳି ପରିସ୍ଥିତିରେ ବିଜେପି ପୁଣି ଥରେ ମମତା ସରକାର ଉପରେ ଦୋଷାରୋପ କରିଛି।

ପୋଲିସ କହିଛି ଯେ ନାବାଳିକା ଜଣକ ଶୁକ୍ରବାର (ଅକ୍ଟୋବର ୪, ୨୦୨୪) ଦକ୍ଷିଣ୨୪ ପରଗାନାର ମହିଷାମାରିରେ କୋଚିଂ କ୍ଲାସକୁ ବାହାରିଥିଲା ଆଉ ଯେତେବେଳେ ସେ ଘରକୁ ନ ଫେରିଥିଲା ପରିବାର ଲୋକେ ନିଖୋଜ ଅଭିଯୋଗ ସ୍ଥାନୀୟ ପୋଲିସ ଷ୍ଟେସନ ଜଣାଇଥିଲେ । ପରଦିନ, ଶନିବାର ସକାଳେ ତାଙ୍କ ମୃତଦେହ ଏକ କ୍ଷେତରେ ମିଳିଥିଲା, ଏବଂ ତା ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା।

ନାବାଳିକାର ମୃତଦେହ ଉଦ୍ଧାର କରାଯିବା ପରେ ଉକ୍ତ ଅଞ୍ଚଳର କ୍ରୋଧିତ ଲୋକମାନେ ବିରୋଧ ଆରମ୍ଭ କରି ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ। ନାବାଳିକାର ବାପା କହିଛନ୍ତି ଯେ ଯେତେବେଳେ ତାଙ୍କ ଝିଅ କ୍ଲାସ ପରେ ଘରେ ପହଞ୍ଚିନଥିଲା , ସେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇଥିଲେ | ଅଭିଯୋଗ ଆସିବା ମାତ୍ରେ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ତାଙ୍କୁ କହିଥିଲେ ।

ପୋଲିସ କହିଛି ଯେ ଅପହରଣ ଓ ହତ୍ୟା ଅଭିଯୋଗରେ ୧୯ ବର୍ଷୀୟ ମୁସ୍ତାକିନ୍ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ତେବେ ଲାଠି ଓ ଝାଡୁ ଧରିଥିବା ବିକ୍ଷୋଭକାରୀମାନେ ଏବେ ବି ରାସ୍ତାରେ ଅଛନ୍ତି ଏବଂ ପରିସ୍ଥିତି ଆହୁରି ଖରାପ ନହେବା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *