ଚୋରା ବାଲି ଚାଲାଣ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଜବତ୍ କରିଛି ବାଲେଶ୍ବର ବାଲିଆପାଳ ପୋଲିସ । ଏଥିନେଇ ଥାନା ଆଇଆଇସି ବ୍ରହ୍ମାନନ୍ଦ ସ୍ବାଇଁ କହିଛନ୍ତି, ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧରିବାକୁ ଯୋଜନା କରାଯାଇଥିଲା । ହେଲେ ଦିନ ଦ୍ବି-ପହରରେ ଅଭିଯୁକ୍ତ ମାନେ ଟ୍ରାକ୍ଟରରେ ବାଲି ଲୋଡ କରିବା ପରେ ଗାଡି ଚମ୍ପଟ ମାରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ଜଗି ରହିଥିଲେ ସୁଦ୍ଧା ଗାଡି ପାଖକୁ କେହି ଆସି ନଥିଲେ । ଫଳରେ ଟ୍ରାକ୍ଟର ଗୁଡିକୁ ଜବତ କରି ଥାନାକୁ ଆଣିବା ସହିତ ସେହି ଗାଡି କାହାର ସେନେଇ ତଦନ୍ତ କରାଯାଉଛି ।

ତେବେ ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଚୋରା ଚାଲାଣ କରିବାରେ ଲାଗିଛନ୍ତି । ପୋଲିସ ଓ ପ୍ରଶାସନ ଆଖିରେ ଧୂଳିଦେଇ ଗାଡିର ନମ୍ବରକୁ ବଦଳାଇ ବାଲି ଚୋରାଇ ବୋହିବାରେ ସେମାନେ ଲାଗିଥିଲେ । ଏହି ବାଲି ଚୋରା ଚାଲାଣ ପଛରେ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *