ଲଗାଣ ବର୍ଷାରେ ରାସ୍ତା ତଳୁ ଖସିଲା ମାଟି ଅତଡା

ଲଗାଣ ବର୍ଷାରେ ଦବିଲା ରାସ୍ତା ।୫୦୦ ମିଟରରୁ ଉର୍ଦ୍ଧ କଂକ୍ରିଟ ରାସ୍ତା ତଳୁ ଖସିଛି ମାଟି ଅତଡା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଇଗଣବାଡିଆ ନିକଟରେ ଧସିଛି ରାସ୍ତା । ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବାଲିଆପାଳ – କମର୍ଦ୍ଦା ମୁଖ୍ଯ ରାସ୍ତା ବାଇଗାଣବାଡିଆ ନିକଟରେ ୫୦୦ ମିଟର ରୁ ଉର୍ଧ୍ବ କଂକ୍ରିଟ ରାସ୍ତା ତଳୁ ମାଟି ଅତଡା ଖସି ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *