
ସରକାରଙ୍କ ବିଭିନ୍ନ ସମୟରେ ମହିଳାଙ୍କୁ ସମ୍ମାନ ଓ ଅଗ୍ରାଧିକାର ଦେଇ ଆସୁଥିବାବେଳେ ଚଳିତ ସରକାର ଓଡିଶା ଜୀବିକା ମିଶନଶକ୍ତି ମହିଳାଙ୍କ ପ୍ରତି ବୈମାତୃଭାବ ପୋଷଣ କରିଛି ଯାହା ସେମାନଙ୍କ ଦୀର୍ଘ ଦିନ ଧରି ମହିଳାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସାମିଲ କରି ମହିଳାଙ୍କୁ ସ୍ୱାଵିଲୋମ୍ବି କରିଆସୁଥିବା ବେଳେ ଚଳିତ ସରକାର ସେମାନଙ୍କୁ ଉପେକ୍ଷା କରି ତାଙ୍କ ୬ ମାସର ପାରିଶ୍ରମିକ ବକେୟା ପ୍ରଦାନ କରିନଥିବା ହେତୁ ସଂଘ ପକ୍ଷରୁ ସରକାରୀ ବିରୁଦ୍ଧ ବିକ୍ଷୋଭ ପ୍ରଦର୍ଶନ ସମଗ୍ର ରାଜ୍ୟ ବ୍ୟାପି କରାଯାଉଛି ବୋଲି ପ୍ରକଶ କରାଯାଇଛି।
୨୦୧୪ ମାର୍ଚ୍ଚ ମାସ ଠାରୁ ୨୦୨୪
ମାର୍ଚ୍ଚ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇଥିବାବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସାରା ରାଜ୍ୟରେ କାର୍ଯ୍ୟରତ ଉକ୍ତ କର୍ମଚାରୀ ଙ୍କୁ ପାରିଶ୍ରମିକ ସହାୟତା କି ଅନ୍ୟ କୌଣସି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଉକ୍ତ ପାରିଶ୍ରମିକ ପ୍ରଦାନ ନିମନ୍ତେ ସଙ୍ଘ ପକ୍ଷରୁ ଏକାଧିକ ଥର ପ୍ରଶାସନ ର ଦ୍ୱାରାସ୍ତ ହେଇଥିବା ବେଳେ ଏଯାବତ କୌଣସି ସୁଫଳ ମିଳିପାରୁ ନାହିଁ । ଏସଂକ୍ରାନ୍ତ ରେ କାଶୀପୁର ବ୍ଲକ ସଦର ମହକୁମା ରେ ସଙ୍ଘ ସମୂହ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ ବିଡ଼ିଓ ଡ଼ଃ ଅମୃତ ରାଉଳ ଙ୍କୁ ଉକ୍ତ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। । ହେଲେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ସମସ୍ୟା ର ସମାଧାନ ହେତୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତ ରେ ସ୍ଥିତି ଭୟାବହ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିବା ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି । ଏହିପରି ଓଏଲଏମ, ବିପିଏମ , ସିଡିପିଓ ଏବଂ ମିଶନଶକ୍ତି ବିପିସିଙ୍କୁ ମଧ୍ୟ ଦାବି ସମୂହ ପ୍ରଦାନ କରାଯାଇଥିଲା। କାଶୀପୁର ବ୍ଲକ ଓଡିଶା ଜୀବିକା ମିଶନ ଶକ୍ତି ସଙ୍ଘର ସପକ୍ଷରେ ଅନ୍ତର୍ଜାତୀକ ମାନବଧିକାର ରକ୍ଷକ ରାୟଗଡା ଜିଲ୍ଲା ଯଇଣ୍ଟ ସେକ୍ରେଟାରୀ ଶ୍ରୀ ସଦନ ମାଝୀ ସ୍ୱରୂଉତଳନ କରିଥିଲେ।

କାଶୀପୁର ବ୍ଲକ ର ଓଡିଶା ଜୀବିକା ମିଶନଶକ୍ତି ସଂଘ ର କମ୍ୟୁନିଟି ସପୋର୍ଟ ଷ୍ଟାପ ର ପ୍ରାୟ ୪ ସହ ୮୦ ଜଣ ମହିଳା କର୍ମଚାରୀ ବିକ୍ଷୋଭ ରେ ସାମିଲ ହେଇଥିଲେ।