ସିଦ୍ଧରମୈୟାଙ୍କ ବଢିଲା ଅଡୁଆ, ଚାଲିବ ମାମଲା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବଢିଲା ଅଡୁଆ । ଆଜି ତାଙ୍କୁ ହାଇରକୋର୍ଟରୁ ମିଳିଛି ଝଟକା । ଜମି ଦୁର୍ନୀତି ମାମଲା ଉପରେ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ନିକଟରେ କର୍ଣ୍ଣାଟକ ରାଜ୍ୟପାଳ ଥାଓ୍ବର ଚାନ୍ଦ ଗେହେଲତ ସିଦ୍ଧାରମୟାଙ୍କ ବିରୋଧରେ ଏନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସିଦ୍ଧ ରମେୟା । ତେବେ ହାଇକୋର୍ଟ କହିଛନ୍ତି, ଏହି ମାମଲା ଉପରେ ରାଜ୍ୟପାଲଙ୍କ ନିଷ୍ପତ୍ତି ନେବାର ସାମ୍ବିଧାନିକ ଅଧିକାର ରହିଛି । ତାଙ୍କ ନିର୍ଦ୍ଦେଶ ଅନୁସାରେ ଜମି ଦୁର୍ନୀତି ମାମଲାର ତଦନ୍ତ ହୋଇପାରିବ ବୋଲି କେର୍ଟ କହିଛିନ୍ତି ।

ତେବେ ଏହି ଜମି ଦୁର୍ନୀତି ଘଟଣା କଣ । ବାସ୍ତବରେ କର୍ଣ୍ଣାଟକର ଜଣେ ସୂଚନା ଅଧିକାର କର୍ମୀ ଟିଜେ ଆବ୍ରାହାମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ଜମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହା ଉପରେ ଏକ ମାମଲା ରୁଜ୍ଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ତେଣୁ, ରାଜ୍ୟପାଳ ଅଗଷ୍ଟ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଥିଲେ । ବିଜେପି ଜାଣିଶୁଣି ଏପରି କରୁଥିବା ଦର୍ଶାଇ ସିଦ୍ଧରମୈୟା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ଆବେଦନ ଉପରେ ହାଇକୋର୍ଟ ସେପ୍ଟେମ୍ବର ୧୨ ତାରିଖରେ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ । ଯାହା ଆଜି ପ୍ରକାଶ ପାଇଛି । ଯାହାକୁ ନେଇ କର୍ଣ୍ଣାଟକା କଂଗ୍ରେସ ଶିବିରରେ ହଡକମ୍ପ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *