ଗୋ-ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, ଜଣେ ଗୁରୁତର, ୫ ଗିରଫ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ପୋଲିସ ଉପରକୁ ଗୁଳିଚାଳନା କରିଥିବା ଅଭିଯୁକ୍ତ ଗୋ-ଚାଲାଣକାରୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆହତ ଗୋ-ଚାଲାଣକାରୀ ଜଣକ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡିଛି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ଚୋରା ଗୋ-ଚାଲାଣ ହେଉଥିବା ଖବର ପାଇ ପୋଲିସ ଏକ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗୋ-ଚାଲାଣକାରୀ ପୋଲିସକୁ ଦେଖିବା ମାତ୍ରେ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଗୋ-ଚାଲାଣକାରୀର ଗୋଡରେ ଦୁଇଟି ଗୁଳି ବାଜିବରୁ ସେ ଆହତ ହୋଇ ତଳେ ପଡ଼ିଯାଇଥିଲା । ପୋଲିସ ଅଭିଯୁକ୍ତ ଗୋ-ଚାଲାଣକାରୀକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ମିଳିଥିବା ସୂଚନା ଅନୁସାରେ, ଆହତ ଗୋ-ଚାଲାଣକାରୀ ଜଣକ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ଆଜି କେନ୍ଦୁଝର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେଇଛନ୍ତି କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର୍ ନାଏକ ।

ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଚାରୋଟି ପିକପ ଜବତ କରାଯିବା ସହ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଥିବା କଥା ଏଏସପି କହିଛନ୍ତି । ଏହାସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ପୋଲିସ ଜବତ କରିଥିବା ପ୍ରକାଶ କରିଛନ୍ତି । ଏହି ଘଟଣାରେ ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନାରେ ପୁଥକ୍ ପୃଥକ୍ କେସ ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି ଏଏସପି ଦିଲ୍ଲୀପ ନାଏକ । ଏହି ଘଟଣାରେ ଗୁରୁତର ଥିବା ଜଣକୁ କଟକ ପଠାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *