ଜବତ ୩କେଜି ବାରାହା ମାଂସ ସହିତ ପାଞ୍ଚ ଜଣ ଶିକାରୀ ଅଟକ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କୁଞ୍ଜାପାଲି ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରାହା ମାଂସ ଜବତ ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ l ସୂଚନା ଅନୁସାରେ କୁଞ୍ଜାପାଲି ଅଞ୍ଚଳରେ ବନବିଭାଗ ଟିମ ଗତକାଲି ରାତ୍ରି କାଳୀନ ପେଟ୍ରୋଲିଂ କରୁଥିଲେ l ସେହି ସମୟରେ କୁଞ୍ଜାପାଲି ଗାଁ ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ଜନ୍ତୁ ଶିକାର ଚାଲିଥିବା ବନବିଭାଗ ଖବର ପାଇଥିଲା l ରେଞ୍ଜର ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ଯାଲୋଏ ବନପାଲ ପ୍ରଦୀପ ଜେନା ଏବଂ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ l ଚଢାଉ ସମୟରେ ସେଠାରୁ ୩ କେଜି ବାରାହା ମାଂସ, ଗୋଟିଏ ଟାଙ୍ଗିଆ, ଦେଢ଼ କେଜି ବିଦ୍ୟୁତ୍ ତାର ଏବଂ ଦୁଇଟା ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *