
ମହିଳା ବା ପତ୍ନୀଙ୍କୁ କୋର୍ଟଙ୍କ ଛାଟ। ଘରୋଇ ହିଂସାକୁ ନେଇ ଦେଲେ ବଡ ରାୟ। ସ୍ୱାମୀ ନିଜ ମା’ଙ୍କୁ ଟଙ୍କା ବା ସମୟ ଦେବା ନୁହେଁ ଘରୋଇ ହିଂସା। ଜଣେ ବିବାହିତା ମହିଳାଙ୍କ ଦ୍ବାରା ତାଙ୍କ ସ୍ବାମୀଙ୍କ ବିରୋଧରେ ଆସିଥିବା ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏମିତି କହିଛନ୍ତି ମୁମ୍ବାଇ କୋର୍ଟ। ମହାରାଷ୍ଟ୍ର ରାଜ୍ୟ ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳା ଘରୋଇ ହିଂସା ଆଇନରେ ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ କରିଥିଲେ । ଆବେଦନକାରୀ ଦର୍ଶାଇ ଥିଲେ କି, ତାଙ୍କ ସ୍ବାମୀ ବିଦେଶରେ ଚାକିରି କରନ୍ତି। ହେଲେ ସେ ବାର୍ଷିକ ୧୦ ହଜାର ଟଙ୍କ ପଠାନ୍ତି ମାଆଙ୍କ ନିକଟକୁ। ଏହାବ୍ୟତୀତ ମାଆଙ୍କ ଆଖି ଅପରେସନ କରାଇଥିଲେ। ଏମିତି କି ସେ ଭାରତ ଆସିଲେ ମାଆଙ୍କ ପାଖକୁ ଯାଇଥାନ୍ତି। ଯାହା ମହିଳାଙ୍କୁ ଅତିଷ୍ଟ କରୁଥିଲା। ଏହା ବ୍ୟତୀତ ତାଙ୍କ ସ୍ବାମୀ ତାଙ୍କୁ କେବେ ସ୍ତ୍ରୀ ଭାବେ ଗ୍ରହଣ କରନ୍ତି ନାହିଁ।ସେ ମାନସିକ ନିର୍ଯାତନାର ଶିକାର ହୋଇଥିବା ତାଙ୍କ ଆବେଦନରେ ତଳ କୋର୍ଟରେ ଜଣାଇଥିଲେ।

ସେପଟେ ସ୍ବାମୀ ଅଭିଯୋଗ କରିଥିଲେ, ସ୍ତ୍ରୀଙ୍କ ଏପରି ବ୍ୟବହାରରେ ଅତିଷ୍ଟ ହୋଇ ସେ ତାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରିଥିଲେ। ଏହା ବ୍ୟତୀତ ମହିଳା ତାଙ୍କ ସ୍ବାମୀଙ୍କ ଆକାଉଣ୍ଟରୁ ୧.୬୮ ଲକ୍ଷ ଟଙ୍କା ଉଠାଇ ଏକ ଫ୍ଲାଟ୍ କିଣିଛନ୍ତି । ପତ୍ନୀ ଯାହା ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ। ତାଙ୍କ ମାଆଙ୍କ ସେବା, ଯତ୍ନକୁ ସେ ସହ୍ୟ କରିପାରୁ ନ ଥିଲେ। ମାମଲା ବିଚାରାଧୀନ ଥିବାରୁ ଏହା ଉପରେ କିଛି ରାୟ ନ ଦେଇ କେବଳ ଭରଣପୋଷଣ ବାବଦକୁ ୩୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାଜିଷ୍ଟ୍ରେଟ କୋର୍ଟ। ଯାହାକୁ ବିରୋଧ କରି ମହିଳା ଉଚ୍ଚ କୋର୍ଟକୁ ଯାଇଥିଲେ। ହେଲେ କୋର୍ଟ ମହିଳାଙ୍କ ଏହି ଆବେଦନ ଖାରଜ କରି ପୁଅ ମାଆଙ୍କୁ ସମୟ ବା ଟଙ୍କା ଦେବା ଘରୋଇ ହିଂସା ନୁହେଁ ବୋଲି କହିଛନ୍ତି।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://www.gate.com/share/XwNAUwgM
Can you be more specific about the content of your article? After reading it, I still have some doubts. Hope you can help me.