ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

ଓଡିଶାର ଜଙ୍ଗଲ ବସତି ଅଞ୍ଚଳ ଗୁଡିକରେ ହାତୀ ଉପଦ୍ରବ ଏକ ସାଧାରଣ କଥା । ହାତୀ ଆକ୍ରମଣରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ କ୍ଷୟକ୍ଷତି ହେଉଛି । ହେଲେ ପ୍ରଶାସନର କାର୍ଯ୍ୟପନ୍ଥାକୁ ଦେଖିଲେ ଲାଗେ ସତେ ଯେମିତି ହାତୀ ଆଗରେ ଅସହାୟ ସେମାନେ । ହାତୀ ଆକ୍ରମଣରେ ଖାଲି ମଣିଷ ମାନଙ୍କ ଜୀବନ ଚାଲିଯାଇନଥାଏ ଏଥିରେ ଅନେକ ଗୃହପାଳିତ ପଶୁ ମଧ୍ୟ ବଳି ପଡିଯାଏ । ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳସ୍ଥିତ ମଧୁପୁର ଗ୍ରାମରେ । ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଆକ୍ରମଣ କରିବାରୁ ଗୋଟିଏ ମଇଁଷିର ଜୀବନ ଚାଲିଯାଇଛି ।

ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମଇଁଷିଟି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏମିତି ହାତୀ ମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଗାଁ ଗାଁରେ ଭୟର ବାତାବରଣ । ଫଳରେ ଉତ୍ତ୍ୟକ୍ତ ଲୋକମାନେ ମଧୁପୁର ଗ୍ରାମ୍ୟ ରାସ୍ତା ଅବରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *