ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତିରେ ଉଦୟ ପର୍ବକୁ ନେଇ ହିଁ ସମସ୍ତ ନୀତି କାନ୍ତି ସେବା ପର୍ବ ପର୍ବାଣୀ ପାଳନ ହୋଇଥାଏ l ଶ୍ରୀମନ୍ଦିରରେ ତା ୩୧ ରିଖ ଗୁରୁବାର ଦିନ ହିଁ ବଳଭଦ୍ରଙ୍କ ଜନ୍ମ ନୀତି ଏବଂ ଆମ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ପାଳିତ ହେବ l ଜଗନ୍ନାଥ ମନ୍ଦିରକୁ କେନ୍ଦ୍ରକରି ଓଡିଶାର ସଂସ୍କୃତି ପରମ୍ପରା ଏୌତିହ ଏବଂ ନୀତି ନିୟମ ପୂଜା ଆଦି ପାଳନ କରଯାଇଥାଏ l ଯେହେତୁ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ୩୧ ତାରିଖ ଗୁରୁବାର ଦିନ ରକ୍ଷାବନ୍ଧନ ନୀତି ପାଳିତ ହେବ ଆମେ କିପରି ଭାବେ ୩୦ ତାରିଖ ବୁଧବାର ଦିନ ଏହା ପାଳନ କରିବା ?
ମହାପ୍ରଭୁ ହେଉଛନ୍ତି ଆମଘରର ମୁରବି କଣ ଏ ଓଡ଼ିଆ ଆଜି କିଛି ବ୍ୟକ୍ତିଙ୍କ କଥାରେ ଭ୍ରମିତ ହେଇଗଲା ! କଣ ସିଏ ଭୁଲିଗଲା ତାର ଇଷ୍ଟ ମହାପ୍ରଭୁଙ୍କୁ ! ସିଏ କଣ ଭୁଲିଗଲା ବାଡ଼ିରେ ନଡ଼ିଆ ଟିଏ ହେଲେ ଆଗ ସିଏ ମହାପ୍ରଭୁଙ୍କୁ ଦିଏ l ଘରେ ଶୁଭକାମ ଟିଏ ହେଲେ ଆଗ ଗୁଆଟିଏ ନିମନ୍ତ୍ରଣ ଭାବେ ମହାପ୍ରଭୁଙ୍କୁ ପଠାଏ l ଶୁଦ୍ଧିକାମ ବେଳେ ଆଗ ସିଏ ନିର୍ମାଲ୍ୟ ଲୋଡାକରେ l କଣ ସିଏ ଭୁଲିଗଲା ମହାପ୍ରଭୁ ଉପାସ ରହିଜାଉଥିବା ସମୟରେ ସିଏ ଭି ଉପାସ ରହି ଯାଉଥିଲା l କଣ ଆଜି ଓଡ଼ିଆ ଭୁଲିଗଲା ନଅଁଙ୍କ ଦୃଭିକ୍ଷ ର କଥା ନିଜେ ଭୋକ ଉପାସ ରେ ଝଟପଟ ହେଇକି ମରୁଥିଲା ହେଲେ ମହାପ୍ରଭୁଙ୍କୁ ଭୋକିଲା ରଖୁନଥିଲାl ଏସବୁ ଇତିହାସ ଆଉ ବର୍ତ୍ତମାନ ର କଥା l ଆମ ମହାପ୍ରଭୁ ଙ୍କ ପାଖରେ ଯାହା ହୁଏ ଏ ଓଡ଼ିଆ ତାକୁ ଅନୁକରଣ କରେ l ଆଜି ଏମିତି କଣ ହେଇଗଲା ଯେ ସିଏ ଭୁଲିଗଲାl ଆଜି ଏମିତି କଣ ହେଇଗଲା ସିଏ ଆଗ ସବୁ ନିଜେ କରିବାକୁ ବସିଛି l ମହାପ୍ରଭୁଙ୍କଠୁ ହିଁ ଆମେ ଜାତ ହୋଇଛୁ ତାଙ୍କୁ ନେଇ ଆମେ ଚଳିବା ତାଙ୍କର ଯେଉଁଦିନ ନୀତି ହେବ ଆମେ ସେଦିନ ସେହି ନୀତି ପାଳିତ କରିବା ଏହା ହିଁ ଶାସ୍ତ୍ର ସମତ୍ତ ଅଟେ l ଏଣୁ ପ୍ରତ୍ୟେକ ବ୍ୟକ୍ତି ର ପ୍ରଧାନ କର୍ତ୍ତବ୍ୟ ଯେ ଆମ ମହାପ୍ରଭୁ ଯେଉଁଦିନ ରାକ୍ଷୀ ବାନ୍ଧିବେ ଆମେ ମଧ୍ୟ ସେଦିନ ରାକ୍ଷୀ ବାନ୍ଧିବା ଉଚିତ ଅର୍ଥାତ ୩୧ ତାରିଖ ଗୁରୁବାର ଦିନ ଏହା ହିଁ ରାକ୍ଷୀବାନ୍ଧିବା ର ଉଚିତ ବିଧି ଆଉ ବିଧାନ ଅଟେ l ଏହି ଦିନ ଆପଣ ପୁରାଦିନ ନିଜ ଭାଇ ହାତରେ ରକ୍ଷାସୁତ ବାନ୍ଧିପାରିବେ ସମ୍ପୂର୍ଣ୍ଣ ଦିନ ଏହା ପାଳିତ ହେବ l ଏଥିରେ କୌଣସି ଦୌମତ୍ତ ପ୍ରକାଶ ନକରି ଆମ ମହାପ୍ରଭୁଙ୍କ ପରି ଆମେ ମାନେ ମଧ୍ୟ ୩୧ ତାରିଖ ଗୁରୁବାର ଦିନ ହିଁ ଆମେ ରକ୍ଷାବନ୍ଧନ ପାଳନ କରିବା l