ମିଶନ ଗଗନୟାନ: ମହିଳା ରୋବଟ୍ “ଭୌମିତ୍ରା” ଯିବ ମହାକାଶକୁ

ଭାରତ ଗଗନୟାନ ମିଶନରେ ଏକ ମହିଳା ରୋବଟ୍ “ଭୌମିତ୍ରା” ପଠାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଆଜି ଏନଡିଟିଭି ଜି -୨୦ କନକ୍ଲେଭରେ କହିଛନ୍ତି।

ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏକ ଟ୍ରାଏଲ୍ ସ୍ପେସ୍ ଫ୍ଲାଇଟ୍ ଚେଷ୍ଟା କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ପରବର୍ତ୍ତୀ ମିଶନରେ ମହିଳା ରୋବଟ୍ “ଭୌମିତ୍ରା” ମହାକାଶକୁ ପଠାଯିବ ବୋଲି କେନ୍ଦ୍ର ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।

ମହାମାରୀ କାରଣରୁ ଗଗନୟାନ ପ୍ରକଳ୍ପ ବିଳମ୍ବିତ ହେଲା। ବର୍ତ୍ତମାନ ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରଥମ ପରୀକ୍ଷା ମିଶନ ଯୋଜନା କରୁଛୁ। ସେମାନଙ୍କୁ ମହାକାଶ ପଠାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମହାକାଶଚାରୀମାନଙ୍କୁ ଭୂପୃଷ୍ଠ ସୁରକ୍ଷିତ ଫେରାଇ ଆଣିବାବୋ ଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

“ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବଟ୍ ରହିବେ ଏବଂ ସେ ସମସ୍ତ ମାନବ କାର୍ଯ୍ୟକଳାପକୁ ଅନୁକରଣ କରିବେ। ଯଦି ସବୁକିଛି ସିଦ୍ଧ ହୁଏ, ତା’ହେଲେ ଆମର ଅଗ୍ରଗତି ହୋଇପାରିବା ବୋଲି ଶ୍ରୀ ସିଂ କହିଛନ୍ତି।

“ଯେଉଁମାନେ ISRO ଦଳ ସହିତ ଅତି ଘନିଷ୍ଠ ଭାବରେ ଜଡିତ ଥିଲେ, ସମସ୍ତେ ଆମେ ନର୍ଭସ ଥିଲୁ । ମୋର ପ୍ରଥମ ଅଧିକ ନର୍ଭସ ଥିଲି ମୁହୂର୍ତ୍ତ ଥିଲା ଯେତେବେଳେ ଚନ୍ଦ୍ରାୟନ -୩ ଭୁପୃଷ୍ଟ ଛାଡିଲା ଏବଂ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ମୁ ଅଧିକ ନର୍ଭସ ଥିଲି I ଧୀର ଅବତରଣ ଅତି ସୁନ୍ଦର ଥିଲା” ବୋଲି ଶ୍ରୀ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *