ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୫ ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ। ଅକ୍ଟୋବର ସୁଦ୍ଧା ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ପାଇଁ ପ୍ରସ୍ତାବ ଦେଇଛୁ । ୪ଟି ଜୋନ୍‌ରେ ରାହୁଲ ସଭା କରିବାକୁ ଯୋଜନା ରହିଛି। ଭୁବନେଶ୍ଵର ର ପ୍ରଦର୍ଶନୀ ପଡ଼ିଆରେ ସଭା କରିବା ପାଇଁ ଯୋଜନା କରିଛୁ।

୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଉଷ୍ନ ହେଉଛି ରାଜନୀତି। ଶିଥିଳ ପଡ଼ିଥିବା ବିଜେପି ଶିବିରକୁ ସକ୍ରିୟ କରିବା ପାଇଁ ଅମିତ୍ ଶାହ ଓଡ଼ିଶା ଆସିଥିଲେ। ସେପଟେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆଉ ବିଲେଇ କଳିରେ ମାତିଥିବା ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ପ୍ରଦାନ ପାଇଁ
ଅକ୍ଟୋବରରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏଠାରେ ନିଜ ନେତା କର୍ମୀଙ୍କୁ ଭେଟିବେ ଆଉ ଗୁରୁମନ୍ତ୍ର ଦେବେ।

Leave a Reply

Your email address will not be published. Required fields are marked *