ଟମାଟୋ ପାଇଁ ଉଜୁଡିଗଲା ସୁଖର ସଂସାର

ଏବେ ଆକାଶଛୁଆଁ ଦର ଟମାଟୋ I କିଛିଦିନ ତଳେ ଟମାଟୋ ଦରକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଟମାଟୋ ଚୋରି ହୋଇଯିଵା ଭୟରେ ବାଉଁଶର ମାନଙ୍କୁ ଜଗାଇଥିଲେ I ଯାହା ଚର୍ଚ୍ଚାର ବିଷୟ ହୋଇଥିବାଳେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ନପାରନ୍ତି କିନ୍ତୁ କଥାଟା ନିରାଟ ସତ୍ୟ ଟମାଟୋ ଭାଙ୍ଗିଲା ଘର ଏବଂ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ାର କାରଣ ବି ପାଲଟିଲା ଯାହା ଫଳରେ ମହିଳା ଜଣଙ୍କ ନିଜ ଝିଅକୁ ଧରି ସ୍ୱାମୀଙ୍କୁ ଛାଡି ପଳାଇଛନ୍ତି I

କଥା ହେଉଛି ଟମାଟୋ ଦର ଚଢା ଥିବାବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହ କଳହ କରି ଘରଛାଡ଼ି ଚାଲିଯାଇଛନ୍ତି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ସାହଡୋଲ ଜିଲ୍ଲାରେ ଘଟିଛି। ।

ରିପୋର୍ଟ ଅନୁସାରେ, ‘ଟିଫିନ୍ ସର୍ଭିସ୍’ ଚଳାଉଥିବା ସଞ୍ଜୀବ ବର୍ମନ୍ ନାମରେ ଜଣେ ବ୍ୟକ୍ତି କେଇ ଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ଜାଣିବା ପରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା। ନପଚାରି ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ। ଏଇ କଥାରୁ ଯୁକ୍ତିତର୍କ ହୋଇଥିଲା । ଏଇ କଥାରୁ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ଲୋଡ଼ିଛନ୍ତି ସ୍ୱାମୀ । ସେ କୁଆଡ଼େ ଯାଇଛନ୍ତି ଜାଣି ପାରୁନି କି, ୩ ଦିନ ହେବ ତାଙ୍କ ସହିତ କଥାବାର୍ତ୍ତା କରିପାରିନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ ସ୍ୱାମୀ ।

ସୂଚନାଯୋଗ୍ୟ, ଟମାଟୋର ଆକାଶ ଛୁଆଁ ଦର ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଟମାଟୋର ଦର ଶହେ ଟଙ୍କା ଉପରେ ରହୁଥିବା ବେଳେ ବହୁ ଲୋକେ ତାହାକୁ କିଣିବାକୁ ମନକୁ ଚାପି ଦେଉଛନ୍ତି। ଆଉ ଯିଏ କିଣୁଛନ୍ତି ସେମାନେ ବି ତାହାର ବ୍ୟବହାର ନେଇ ଟେନସନ୍‌ରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *