୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ

ସ୍କୁଲର ବିଭିନ୍ନ ସମସ୍ୟା ବାବଦରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ୨୫ କିଲୋମିଟର ରାସ୍ତା ଚାଲିଛନ୍ତି ଛାତ୍ରଛାତ୍ରୀ । ଆଉ ସ୍କୁଲ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ସ୍ଥିତ ପାଣିଗାଁର ଦୁଧିଆଣି ପଂଚାୟତ ଉଚ୍ଚବିଦ୍ୟାଳୟର I ସ୍କୁଲ ର ଅନେକ ସମସ୍ୟା ନେଇ ଛାତ୍ରଛାତ୍ରୀ ପାଦରେ ଚାଲି ଚାଲି ୨୫ କିମି ଆସିବା ଘଟଣା ଚର୍ଚ୍ଚା ର ବିଷୟ ସୃଷ୍ଟି କରିଛି ।

ସ୍କୁଲ ପରିସରରେ ବିଦ୍ୟୁତ ସଂଯୋଗ, ପିଇବା ପାଣିର ସମସ୍ୟା, ସ୍କୁଲ ପାଚେରୀ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ନଥିବାରୁ କରଞ୍ଜିଆ ବିଡିଓ ଏବଂ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ସହ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *