ଝାନ୍ସିର ସିପ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ମହିଳା ସମେତ ୪ ମୃତ

ସୋମବାର ଉତ୍ତରପ୍ରଦେଶର ଝାନସୀର ସିପ୍ରି ବଜାରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ଜଣେ ଝିଅ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଯାଇଛି । ସିପ୍ରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଆର ଟ୍ରେଡରରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ତେଜ ଏତେ ଅଧିକ ଥିଲା ଯେ ନିକଟସ୍ଥ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହା ପରେ ଏହାର ସୂଚନା ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଅଗ୍ନିକାଣ୍ଡ ଘଟିବାର ଅଳ୍ପ ସମୟ ପରେ ସେଠାରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ ହୋଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର କହିଛନ୍ତି, “ଏହା ଏକ ଦୁଖଃଦ ଘଟଣା। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ପାଇଁ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।” ଏଥି ସହିତ ଏସଏସପି ଝାନସୀ ମଧ୍ୟ ଏହି ଅଗ୍ନିକାଣ୍ଡ ପରେ ସୂଚନା ଦେଇଛନ୍ତି। ଏସପି ରାଜେଶ ଏସ କହିଛନ୍ତି, ସିପ୍ରି ବଜାରରେ ଘଟିଥିବା ନିଆଁକୁ ଅଗ୍ନିଶମ ବାହିନୀ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଏକାଠି ନିୟନ୍ତ୍ରଣକୁ ଆଣିଛନ୍ତି।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ୪ ଜଣ ଜୀଅନ୍ତା ଜଳି ଯାଇଯାଇଥିବା ବେଳେ ୩ ଜଣ ଶୋ’ରୁମ୍‌ ଭିତରେ ଜଳି ଯାଇଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନିଆଁକୁ ଲିଭା ଯାଇଥିଲା । ମାତ୍ର ବିଲ୍ଡିଂରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି ।

Leave a Reply

Your email address will not be published. Required fields are marked *