ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ପ୍ରମାଣୀକରଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାରକୁ ଏବେ ବାଧ୍ୟତାମୂଳକ କରାଯାଇନାହିଁ । ଏହାକୁ ସ୍ୱେଚ୍ଛାକୃତ ରଖାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର’ର ସ୍ୱେଚ୍ଛାକୃତ ବ୍ୟବହାର କରିବାକୁ ରେଜିଷ୍ଟ୍ରାର ଜେନେରାଲଙ୍କ ଅଫିସକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି । ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ସହିତ ଜନଗଣନା କମିଶନର ଏଭଳି ପଞ୍ଜୀକରଣ କରିପାରିବେ କିମ୍ବା ଆଧାର ପ୍ରମାଣୀକରଣ ମଧ୍ୟ ଗ୍ରହଣ କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଦେଶର ପ୍ରତି ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହାଦ୍ୱାରା ଭାରତୀୟମାନେ ଉନ୍ନତ ଜୀବନଯାପନ କରିପାରିବେ । ଆଧାର ପ୍ରଦାନକାରୀ ସଂସ୍ଥା UIDAI ଲୋକମାନଙ୍କୁ ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍ କରିବାକୁ ପ୍ରୋତ୍ସାହିତ କରୁଛି । ଦେଶର ସବୁ ଲୋକ ଉନ୍ନତ ଉପାୟରେ ସାମାଜିକ କଲ୍ୟାଣ ସେବାର ଲାଭ ଉଠାଇପାରିବେ ବୋଲି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *