ବାହୁବଳୀ ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ପରେ ବିଭିନ୍ନ ମହଲରେ ସମଲୋଚନା ହେବାକୁ ପଡିଛି । ଏହି ଫିଲ୍ମ କୁ ନେଇ ଭିନ୍ନ ଭନ୍ନ ମତ ସାମ୍ନାକୁ ଆସୁଛି ଏମିତିକି ତର୍କ ବିତର୍କ ମଧ୍ୟ ଚାଲିଛି । ଏଭଳି ପରିସ୍ଥିତିରେ ରାମାୟଣର ‘ସୀତା’ ଅର୍ଥାତ୍ ଦୀପିକା ଚିଖଲିଆ ବର୍ତ୍ତମାନ ଏହା ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ଯଦି ହିନ୍ଦୁ ମହାକାବ୍ୟକୁ ସଠିକ ରୁପାନ୍ତରି କରଣ କରାନଯାଏ ତେବେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ।ଦଶନ୍ଧି ପୂର୍ବରୁ ଦୀପିକା ଚିଖଲିଆ ରାମାନନ୍ଦ ସାଗରଙ୍କ ରାମାୟଣରେ ‘ସୀତା’ର ଭୂମିକାରେ ଅଭିନୟ କରି ପ୍ରତ୍ୟେକ ହୃଦୟରେ ସ୍ଥାନ ପାଇଥିଲେ। ଲୋକମାନେ ତାଙ୍କୁ ପ୍ରକୃତ ମାତା ସୀତା ଭାବରେ ପୂଜା କରିବା ଆରମ୍ଭ କରିଥିଲେ ।
ଅନ୍ୟପକ୍ଷରେ, ‘ରାମାୟଣ’ର’ ସୀତା ‘ବର୍ତ୍ତମାନ ଓମ ରାଉତଙ୍କ ନିର୍ଦ୍ଦେଶିତ’ ଆଦିପୁରୁଷ’ ବିବାଦକୁ ନେଇ ନୀରବତା ଭଙ୍ଗ କରିଛନ୍ତି । ଏବେ ଏବେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ନିକଟରେ ମୁକ୍ତିଲାଭ କରିଥିବା ପ୍ରଭାସ ଏବଂ କ୍ରିତି ସାନନ୍-ଷ୍ଟାରର୍ ଫିଲ୍ମ ‘ଆଦିପୁରୁଷ’ ହିନ୍ଦୁ ମହାକାବ୍ୟ ସହିତ କୌଣସି ପ୍ରକାର ଭୁଲ ତତ୍ୱ କୁ ପ୍ରଦର୍ଶନ କରାଯାଏ ତେବେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ ।ଦୀପିକା ଏହା ମଧ୍ୟ କହିଛନ୍ତି ଯେ ହିନ୍ଦୁ ମହାକାବ୍ୟ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରତି ବର୍ଷରେ ନୂତନ ପରିବର୍ତ୍ତନ ଆଣିବା ଠାରୁ ଦୂରେଇ ରହିବା ଉଚିତ୍। ଆଦିପୁରୁଷ ହେଉଛି ରାମାୟଣର ଏକ ବହୁଭାଷୀ ରିଟେଲିଂ ।
ଏହାର ସଂଳାପ, କଥାବାର୍ତ୍ତା ଭାଷା ଏବଂ ହିନ୍ଦୁ ମହାକାବ୍ୟର କିଛି ଚରିତ୍ରର ଭୁଲ ବ୍ୟାଖ୍ୟା ପାଇଁ ଏହାକୁ ସମାଲୋଚନା କରାଯାଇଛି । ଦୀପିକା ଚିଖଲିଆ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, ଟିଭି କିମ୍ବା ଚଳଚ୍ଚିତ୍ର ହେଉ ପ୍ରତ୍ୟେକ ଥର ଏହା ପରଦାକୁ ଆସିବ, ଏଥିରେ କିଛି ଜିନିଷ ଆସିବ ଯାହା ଲୋକଙ୍କୁ ଆଘାତ ଦେବ କାରଣ ଆପଣ ରାମାୟଣର ପ୍ରତିକୃତି ତିଆରି କରିବାକୁ ଯାଉ ନାହାଁନ୍ତି ଯିଏ ଆମକୁ ଗଢ଼ିଥିଲା ମୋତେ ଅଧିକ ଦୁଃଖ ଏଥିପାଇଁ ହେଉଛି ଯେ କାହିଁକି ଆମେ ପ୍ରତିବର୍ଷ ରାମାୟଣ କରିବାକୁ ଚେଷ୍ଟା କରୁଛୁ? ରାମାୟଣ ମନୋରଞ୍ଜନ ପାଇଁ ନୁହେଁ । ଇଏ ଏପରି ଯାହା ଆପଣ କିଛି ଶିଖନ୍ତି । ଏହା ଏଭଳି ଏକ ପୁସ୍ତକ, ଯାହାକି ପିଢ଼ି ପିଢ଼ି ଧରି ଚାଲିଆସୁଛି ଏବଂ ଏ ହେଉଛି ଆମର ସଂସ୍କାର (ମୂଲ୍ୟ) । ଏଠି ଆମେ ଆପଣଙ୍କୁ କହିରଖୁ ଯେ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣର ଏକ ବହୁଭାଷୀ ରିଟେଲିଂ ଅଟେ। ପ୍ରକାଶ ଥାଉକି, ପ୍ରଭାସ ଏବଂ କ୍ରିତି ସାନନଙ୍କ ଏହି ଚଳଚ୍ଚିତ୍ର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡ଼ିଛି । ଏହାର ସଂଳାପ, କଥାବାର୍ତ୍ତା ଭାଷା ଏବଂ ହିନ୍ଦୁ ମହାକାବ୍ୟର କିଛି ଚରିତ୍ରର ଭୁଲ ବ୍ୟାଖ୍ୟା ପାଇଁ ଏହା ସମାଲୋଚନାର ଶିକାର ହୋଇଛି । ଏପରିକି ଏହାକୁ ବ୍ୟାନ କରିବାକୁ ମଧ୍ୟ ଦାବି ଜୋର ଧରିଛି ।