ନୟାଗଡ ବନଖଣ୍ତ ମହିପୁର ବନାଂଚଳ ଅଧିନସ୍ଥ ନୂଆଗାଁ ବ୍ଲକରେ ଆଜି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମ ପାଇଁ ଚଳିତବର୍ଷ ବିଷୟବସ୍ତୁ ରହିଛି “ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ସହଭାଗିତା”। ବନ୍ୟପ୍ରାଣୀଙ୍କ ସରଂକ୍ଷଣ ନିମନ୍ତେ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସଚେତନତା ବାର୍ତ୍ତା ପହଂଚାଇବା ପାଇଁ ଆଜି ସଂପଡା ଚିନ୍ତାମଣି ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୂଆଗାଁ ବ୍ଲକ ସଦର ମହକୁମାରେ ଏକ ରାଲି କରାଯାଇଥିଲା। ଏଥିସହିତ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ଏବଂ ଡିବେଟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ସୋମବାର ଦିନ ପୁରସ୍କୃତ କରାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଏସିଏଫ ଅମ୍ରିତ କୁମାର ସାହୁ, ବନପାଳ ସୂର୍ଯ୍ୟକାନ୍ତ ମହାରଣା, ମୀନକେତନ ନାୟଙ୍କ ସମେତ ବନରକ୍ଷୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଭିଏସଏସ ମେମ୍ବର ମାନେ ଉପସ୍ଥିତ ରହିଥିଲେ।