ଲୁ ପ୍ରବାହ କାରଣରୁ ୩ ଦିନରେ ୫୪ ମୃତ୍ୟୁ

ଗ୍ରୀଷ୍ମ ପ୍ରବାହରେ ଜଳୁଛି ଦେଶ। ୟୁପିର ବଲିଆରେ ପ୍ରବାହିତ ଲୁରେ ଗତ ୩ ଦିନରେ ଗଲାଣି ୫୪ ଜୀବନ। ଏହା ପରେ ପ୍ରଶାସନ ଆଲର୍ଟ ମୋଡକୁ ଆସିଛି। ମୃତ୍ୟୁର କାରଣ ଖୋଜିବାକୁ ଗଠନ ହୋଇଛି ଯାଞ୍ଚ ଟିମ।

ଭୀଷଣ ଗ୍ରୀଷ୍ମ ପ୍ରବାହରେ ଉତ୍ତର ପ୍ରଦେଶର ସବୁ ଜିଲ୍ଲା ଜଳୁଛି। ସ୍ଥିତି ଏମିତି ହୋଇଛି କି, ଲୋକେ ଘରୁ ବାହାରିବା ବନ୍ଦ କରି ଦେଇଛନ୍ତି। ସେଠାରେ ପ୍ରବାହିତ ଲୁ କାରଣରୁ ଶହ ଶହ ସଂଖ୍ୟାରେ ଲୋକ ଅସୁସ୍ଥ ହୋଇପଡୁଛନ୍ତି।  ଏହା ମୁଖ୍ୟତଃ ବୟସ୍କ ଓ ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଯେଉଁମାନେ ଗରମ ସହି ପାରୁ ନାହାନ୍ତି, ସେମାନଙ୍କ ଜୀବନ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଛି। ତେବେ ସବୁଠାରୁ ଅଧିକ ପ୍ରଭାବ ରାଜ୍ୟର ବଲିଆରେ ଦେଖିବାକୁ ମିଳିଛି।

ବଲିଆରେ ଭୀଷଣ ଗରମରୁ ରୋଗୀ ଓ ମୃତ୍ୟୁ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଛି। ଗତ ୧୫, ୧୬ ଓ ୧୭ ଜୁନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବହୁ ଲୋକଙ୍କ ଶ୍ୱାସ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ପ୍ରାୟ ୪୦୦ ରୋଗୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୫ ଜୁନରେ ୨୩, ୧୬ ଜୁନରେ ୨୦ ଓ ୧୭ ଜୁନ ସନ୍ଧ୍ୟା ସୁଦ୍ଧା୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ଖାଲି ଜିଲ୍ଲା ହସ୍ପିଟାଲର କେବଳ।

ଏପରି ସ୍ଥିତିରେ ସମସ୍ତ ଜିଲ୍ଲାର ସ୍ଥିତି କଣ ହୋଇଥିବା ଏହା ଅନୁମାନ କରାଯାଇପାରେ। ଜିଲ୍ଲା ହସ୍ପିଟାରକୁ ଲୁ ପ୍ରବାହରୁ ଏତେ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି କି, ସେମାନଙ୍କୁ ନେବାକୁ ଷ୍ଟ୍ରଚର ମିଳୁନାହିଁ। ତେଣୁ ରୋଗୀଙ୍କୁ କାନ୍ଧରେ ବୋହି ନେଉଛନ୍ତି ପରିଜନ ବର୍ଗ।

Leave a Reply

Your email address will not be published. Required fields are marked *