53 ଜଣ ଛାତ୍ର ଆଖିଧରା ରୋଗରେ ଆକ୍ରାନ୍ତ

ସାରା ରାଜ୍ୟରେ ଆଖିଧରା ରୋଗ ବ୍ୟାପିଥିବା ବେଳେ ଗଜପତି ଜିଲ୍ଲା ମୋହନା କୁ ମଧ୍ୟ ବ୍ୟାପିଛି ଏହି ଆଖିଧରା ରୋଗ । ଗତ 4 ଦିନ ହେଲା ମୋହନା ସରକାରୀ ଏସଏସଡି ହାଇସ୍କୁଲ ର ଛାତ୍ରାବାସରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ବର୍ତମାନ ସୁଦ୍ଧା 53 ଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ରୋଗ ହେଲେ ପ୍ରଥମେ ଆଖି କୁଣ୍ଡେଇ ହେବା ପରେ ଲାଲ ପଡିଯାଉଛି । ଏହାପରେ ଆଖି ଫୁଲି ଯାଇଥିବା ଦେଖିବାକୁ ମିଳିଛି । ମୋହନା ମେଡିକାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଖୁବ ଶୀଘ୍ର ମେଡିକାଲର ଟିମ ହାଇସ୍କୁଲ ହଷ୍ଟେଲକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ଡାକ୍ତର କହିଛନ୍ତି । ସେହିପରି ବ୍ଲକର ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ବ୍ୟାପିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *