
ଅଟୋ ଓଲଟି, ୫ମହିଳା ଆହତ | ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଦେଓଗାଁ ଠାରେ ଜାଗର ମେଳା ବୁଲି ଫେରୁଥିବା ବେଳେ କ୍ରସର ଛକ ନିକଟରେ ଅଟୋ ଓଲଟି ପଡିଛି | ଏହି ଅଟୋରେ ଥିବା ୫ଜଣ ମହିଳା ଆହତ ହୋଇଥିବା ଜଣା ପଡିଛି | ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ଆହତ ମହିଳା ହେଉଛନ୍ତି ଘଷିପୁରା ଥାନା ନାରଙ୍ଗପୁର ଗାଁର ବୋଲି ହୋଇଥିବା ଜଣା ପଡିଛି | ସାମ୍ନାପଟୁ ଆସୁଥିବା ଏକ ପିକପ୍ ଭ୍ଯାନ୍ ଦୃତଗତି ଆସି ସାଇଡ୍ ମାରିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି |