
ବରଗଡ ଚେପ୍ଟର ଆଇଏମଏ ତରଫରୁ ସ୍ଥାନୀୟ ଅନ୍ନପୂର୍ଣ୍ଣା ପେଲେସରେ ୪୯ତମ ମାର୍ଶାକୋତ୍ସବ ପାଳିତ ହୋଇଯାଇଛି l ଶାଖା ସଭାପତି ଡ଼ ସୁବଳ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ଉଦଘାଟନ କରିଥିବା ବେଳେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଜ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଦସ୍ୟ ଡାକ୍ତରମାନଙ୍କୁ ଉତ୍ସାହିତ କରିଥିଲେ।
ଆଇଏମଏର ସମ୍ପାଦକ ଡ଼ ସୁବଳ କିଶୋର କରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଡ଼ ଅର୍ଜୁନ ମେହେର ମଂଚାସୀନ ଥିଲେ। ଏ ଅବସରରେ ବକ୍ତା ଭାବେ ଭେଷଜ ବିଶେଷଜ୍ଞ ଡ଼ ନିରୋଜ କୁମାର ମିଶ୍ର ଓ ଡ଼ ସିଦ୍ଧାନ୍ତ କୁମାର କର ଯୋଗଦେଇ ଡାଇବେଟିସ ଓ ପ୍ରଜନନ ବିଜ୍ଞାନ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ଡ଼ କର ମାନପତ୍ର ପାଠ କରିଥିଲେ।
ଶେଷରେ ଉପସଭାପତି ଡ଼ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ଜିଲ୍ଲାର ବରିଷ୍ଟ ଚିକିତ୍ସକଗଣ ଡ଼ ପ୍ୟାରେଲାଲ ତ୍ରିପାଠୀ, ଡ଼ ରାମକୃଷ୍ଣ୍ ପୁରୋହିତ, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟlଧିକାରୀ ଡ଼ ପ୍ରଶାନ୍ତ କିଶୋର ଦାଶ ତଥା ବରିଷ୍ଠ ସଦସ୍ୟଗଣ ଡ଼ ଏଟମ ସାହୁ, ଡ଼ ସରୋଜ ଯୋଶୀ, ଡ଼ ଘନଶ୍ୟାମ ନାଥ, ଡ଼ ସୁନୀଲ ଅlଚlର୍ଯ୍ୟ, ଡ଼ କମଳିନୀ ଦାଶ, ଡ଼ ଓମ ପ୍ରକାଶ ଲାଠ, ଡ଼ ଶଙ୍କରଲାଲ ଶର୍ମା, ଡ଼ ପ୍ରବୀଣ ଅଗ୍ରୱାଲ, ଡ଼ ନାରାୟଣ ମିଶ୍ର ଙ୍କ ସମେତ ଜିଲ୍ଲାର ବହୁତ ଡାକ୍ତରମାନେ ଉପସ୍ଥିତ ଥିଲେ ।