
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବସର ମୁଣ୍ଡା ସ୍ଥିତ ଜଂଘା ବଡ଼ ଦେଓ ମନ୍ଦିର ପ୍ରାଙ୍ଗଣରେ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ୪୬୧ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଗୋଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ଆଠମଲ୍ଲିକ ତରଫରୁ ଏହି ଦିବସ ଆୟୋଜିତ ହୋଇଯାଇଅଛି। ଏହି ଅବସରରେ ବୀରାଙ୍ଗନା ମହାରାଣୀ ଦୂର୍ଗାବତୀ , ବୀର ସୁରେନ୍ଦ୍ର ସାଏ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରାଯାଇଥିଲା। ସଭାରେ ଦୁର୍ଗାବତିଙ୍କ ବିଷୟରେ ଅତିଥିଗଣ ଆଲୋକପାତ କରିଥିଲେ। ଗୋଣ୍ଡ୍ ଜାତିର ରୀତି ନୀତି ବିଷୟରେ ବିଭିନ୍ନ ପୁଞ୍ଜର ଭଲ ମନ୍ଦ ଆଲୋଚନା ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ, ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ସଦାଶିବ ନାୟକ, ବିରଞ୍ଚି ନାୟକ, ଭଜମନ ନାୟକ, ଯୁଧିଷ୍ଠିର ସିଂ ଓ ବହୁ ପଦାଧିକାରୀ ଯୋଗ ଦେଇଥିଲେ।