
ପାରମ୍ପରିକ ଲୋକନାଚ, ଗୀତ ଓ ବାଦ୍ୟରେ ଦୁଲୁକୁଛି ରଙ୍ଗମହଲ, ରାଜ ଦରବାର । ଧନୁଯାତ୍ରା ତୃତୀୟ ରଜନୀରେ ମହାରାଜା କଂସ ଦିଗବିଜୟ ପରେ ମା’ ଶ୍ୟାମାକାଳୀଙ୍କ ଦର୍ଶନ ସାରି ବାହାରିଥିଲେ ମଥୁରା ପରିଭ୍ରମଣରେ । ଭଉଣୀ ଦେବକୀ ଗର୍ଭରୁ ଅଷ୍ଟମ ସନ୍ତାନ ଜନ୍ମର ସୂଚନା ବିଳମ୍ବରେ ଦେବାରୁ ମହାରାଜା କଂସ ଦାସୀ ମୁଦୁସୁଲିଙ୍କୁ କରିଥିଲେ ହତ୍ୟା । ଏହାପରେ ଦେବକୀର ଅଷ୍ଟମ ସନ୍ତାନକୁ ହତ୍ୟା କରିବା ପାଇଁ କାରାଗୃହରେ ପହଞ୍ଚି ବିଜୁଳି କନ୍ୟାକୁ ଶିଳାରେ ପ୍ରହାର କରିଥିଲେ। ଏହି ସମୟରେ ହୋଇଥିଲା ଦୈବବାଣୀ । ଦୈବବାଣୀ ଶୁଣି ମହରାଜା ଭୟଭୀତ ହୋଇ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ରାକ୍ଷସୀ ପୁତନା ବକା, ଶକଟା, ତୃଣା, ଧେନୁ, ଷଣ୍ଢାଷୁର ଆଦି ଷଡ଼ମଲ୍ଲ ବୀରଙ୍କୁ ଗୋପପୁର ପ୍ରେରଣ କରିବାକୁ ଡକାଇଥିଲେ। ।
ସେପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ଚାଲିଛି। ପ୍ରେମରେ ବିଭୋର ହୋଇଛନ୍ତି ଗୋପୀ, ଗୋପାଙ୍ଗନା । ଦ୍ବାପରର ଚରିତ୍ର ମହି ମଣ୍ଡଳରେ ଉପସ୍ଥାପନ କରୁଥିବା କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅହେତୁକ ଆନନ୍ଦ। ଅନ୍ୟପଟେ ଏହି ଉତ୍ସାବରେ ଏସପି ବରଗଡ ମଧ୍ୟ ଉପସ୍ଥିତ ରହିଥିଲେ। ସେପଟେ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ ରଜନୀରେ ମଥୁରାନଗରୀରେ କଂସଙ୍କ ମନ୍ତ୍ରଣା କ୍ରମେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ଗୋପପୁର ପ୍ରେରଣ, କଂସଙ୍କ ଦ୍ବାରା ମୁକ୍ତେଶ୍ବର ବାବାଙ୍କ ରୁଦ୍ରାଭିଷେକ, ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ପ୍ରେରିତ ପୁତନା, ଷଡ଼ମଲ୍ଲଙ୍କୁ ବଧ, ନନ୍ଦୋତ୍ସବ ନାଟ୍ୟ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?