କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବନତାଲିମ୍ କେନ୍ଦ୍ରରେ ୫୯ତମ ଦିକ୍ଷାନ୍ତ ପ୍ୟାରେଡ୍ ଏବଂ ସମାବର୍ତନ ଉତ୍ସବ ପାଳନ ହୋଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିକାଶ ରଞ୍ଜନ ଦାସ,ମୁଖ୍ୟ ବନ ସଂରକ୍ଷକ ,ସମ୍ମାନିତ ଅତିଥି ଭାବେ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ମଣ୍ଡଳ, ପ୍ରତାପ କୋଟପଲ୍ଲୀ,ବନଖଣ୍ଡ ଅଧିକାରୀ, କଟକ ଅଧ୍ୟକ୍ଷ ତଥା ସଭା ପରିଚାଳକ ଭାବରେ ଯୋଗଦେଇଥିଲେ ।
ରାଜ୍ୟ ର ବିଭିନ୍ନ ସ୍ଥାନରୁ ୫୦ ଜଣ ଫରେଷ୍ଟର ପ୍ରଶିକ୍ଷଣ ନେଇଥିଲେ ।
ମିଳିତ ପ୍ୟାରେଡ୍ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ସମସ୍ତ ଙ୍କୁ ମାନପତ୍ର ସହ କୃତିତ୍ୱ ହାସଲ କରିଥିବା ଫରେଷ୍ଟର ଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା ।
ଶେଷରେ ଜି ଉଦୟଗିରି ଉପ ବନ ସଂରକ୍ଷକ, ଆଶିଷ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।