ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତ ର କଣ୍ତମପଦର ଡ଼୍ୟାମରେ ମୃତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଆଜି ଭାଲେରି ସୋମବାର ହାଟକୁ ଯିବା ସମୟରେ ମୃତ ଶବ ଡ଼୍ୟାମରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇ ଥିଲେ । ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚି ପୋଲିସ୍ ଓ ଅଂଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ଓ ଅଂଗ୍ନିଶମ ବାହିନୀ ପହଞ୍ଚି ଶବ ଟିକୁ ଡ଼୍ୟାମ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ କରି ତାଙ୍କ ସଂମ୍ପର୍କୀୟ ଲୋକ ଙ୍କୁ ଖବର ଦେଇଥିଲେ ।
ମୃତ ମହିଳା ଜଣକ ହେଲେ କବିତା କୁମ୍ବ୍ରିକା । ସ୍ବାମୀ ନୂଆ ପ୍ରାସ୍କାକା ଗ୍ରାମ ବଡକାଚାପାଇ । ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । ବିବାହ ର ଗୋଟିଏ ବର୍ଷ ନପୁରୁଣୁ ନିରିହ ଜୀବନ ଚାଲିଗଲା । ନା ଦେଖିଥିଲା ସଂସାର ନା ପାଇଥିଲା ପରିବାର । ମୃତ ମହିଳା ଜଣକ କାଲପାଇ ଗ୍ରାମର ବୋଲି ଜଣାପଡିଛି । ତାଙ୍କ ବଡ ଭଉଣୀ କହିବା ଅନୁଯାୟୀ ସେ ଏକ ଘରୋଇ ପାଳ ମିଲ୍ ରେ କୁଲି କାମ କରୁଥିଲେ । ଶନିବାର ଦିନ ସାଙ୍ଗ ସାଥିଙ୍କ ସହ କାମକୁ ଯାଇ ସବୁ ଦିନ ପରି ଆଉ ଘରକୁ ଫେରିନଥିଲେ ।
ତାଙ୍କ ସ୍ବାମୀ ଘରକୁ ଏପର୍ଯ୍ୟନ୍ତ ଫେରି ନାହାନ୍ତି ବୋଲି ଗାଁ ସାରା ଓ ସମ୍ପର୍କୀୟ ଲୋକଙ୍କୁ ପଚରାଉଚରା କରି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ହଠାତ୍ ହାଟକୁ ଯାଉଥିବା ଲୋକମାନଙ୍କ ଠାରୁ ଖବର ପାଇଥିଲେ ଏକ ମୃତ ଦେହ ଡ଼୍ୟାମ ଭିତରେ ଭାସୁଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ସେନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।