୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

ଏକା ସଙ୍ଗେ ତିନି ତିନିଟି ବାଘ ଛାଲ ଜବତ ହୋଇଛି । ରାୟଗଡ଼ା ଓ କୋରାପୁଟ ଜାତୀୟ ରାଜପଥ ଶିରିଗୁଡ଼ା ସ୍ଵର୍ଗ ଧାମ ଛକରୁ ୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ବେଆଇନ ଭାବେ କଲରାପତରିଆ ବାଘ ଛାଲ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

ବାଘ ଛାଲ ରଖି ଗିରଫ ହୋଇଛି ଅଭିଯୁକ୍ତ ଡମ୍ବରୁଧର ମାଝୀ । ଅଭିଯୁକ୍ତର ଘର ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ା ଗାଁରେ । ଜବତ ବାଘ ଛାଲ ବାୟୋଲୋଜିକାଲ୍ ଟେଷ୍ଟ ପାଇଁ ଡେରାଡୁନସ୍ଥିତ WII ଲ୍ୟାବକୁ ପଠାଯିବ । ଅଭିଯୁକ୍ତ ଡମ୍ବୁରୁଧର ମାଝୀକୁ କୋର୍ଟ ଚାଲଣ କରାଯାଇଛି । ବନ୍ୟଜନ୍ତୁ ଶିକାର କରି ଏହାର ଚମଡ଼ା, ଶିଙ୍ଗ ବିକ୍ରି କରୁଛନ୍ତି ଶିକାରୀ ।

ଶରୀରର ଅନ୍ୟାନ୍ୟ ଅଂଶକୁ ବି ଏମାନେ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି । ଜଙ୍ଗଲରୁ ବେଆଇନ୍ ଭାବେ ଏଭଳି ଶିକାର କରି ଚାଲିଛନ୍ତି । ତେବେ, ବନ ବିଭାଗ ଏବଂ ପୋଲିସ ପ୍ରଶାସନ ଏ ଦିଗରେ ସତର୍କ ଏବଂ ସଜାର ରହିବା ଦରକାର । ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦିଆଗଲେ ଆସନ୍ତା ଦିନରେ ଏଭଳି ଅପରାଧ କମିବ ନଚେତ୍ ବନ୍ତୁଜନ୍ତୁ ଶିକାର ବୃଦ୍ଧି ପାଇବ । ସରକାର, ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *