ହିମାଂଶୁ ସାହୁଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ୧୩ ସମିତିସଭ୍ୟ, ୮ ସରପଞ୍ଚ

ଧର୍ମଶାଳାରେ ‘ମିଶ୍ରଣ ପର୍ବ’ ପରେ ଆରମ୍ଭ ହୋଇଛି ୨୪ ବର୍ଷ ଧରି ନିରବଛିନ୍ନ ଭାବେ କ୍ଷମତାରେ ରହିଥିବା ବିଜେଡିର ‘ପତନ ପର୍ବ’ । ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ଧର୍ମଶାଳାରେ ଭୁଶୁଡ଼ିଛି ବିଜେଡି ଗଡ଼। ଧର୍ମଶାଳାରେ ବିଜେପି ତରଫରୁ କାର୍ଗିଲ ବିଜୟ ଦିବସ ପାଳନ କରିବାର ଠିକ ଦିନକ ପରେ ଅର୍ଥାତ ରବିବାର ଦିନ, ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ବରେ, ବିଜେପିରେ ଯୋଗ ଦେଇଛନ୍ତି ରସୁଲପୁର ଓ ଧର୍ମଶାଳା ପଞ୍ଚାୟତ ସମିତିର ବିଜେଡି ସମର୍ଥିତ ୧୩ ସମିତିସଭ୍ୟ ଓ ୮ ସରପଞ୍ଚ ।

ହିମାଂଶୁଙ୍କ ଦୃଢ଼ ନେତୃତ୍ୱ ଓ ସାଙ୍ଗଠନିକ ଶକ୍ତି ଆଗରେ ଫିକା ପଡିଯାଇଛି ବିଜେଡିର ସାଙ୍ଗଠନିକ ଶକ୍ତି, ଦେଖାଯାଉନାହାନ୍ତି ଏକଦା ପ୍ରଭାବଶାଳୀ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ‘ବବି ଭାଇ’ ଓ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ତେବେ, ରାଜନୈତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ସଂଖ୍ୟାଧିକ ସମିତିସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ କମୁଛି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପତିଆରା । ଶୁଣିବାକୁ ମିଳୁଛି, ବର୍ତ୍ତମାନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ପ୍ରଣବଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବ ଏକ ପ୍ରକାର ନିଶ୍ଚିତ।

ଆସନ୍ତୁ ଦେଖିବା ରସୁଲପୁର ଓ ଧର୍ମଶାଳାର କେଉଁ ନେତା ଧରିଲେ ପଦ୍ମ —

ଜାରକା(କୁମାରୀ)ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ‘ମିଶ୍ରଣ ପର୍ବ’ ରେ ରସୁଲପୁର ବ୍ଲକ୍ ନଠୁଆବର ପଞ୍ଚାୟତ ସମିତିସଭ୍ୟ କୁଞ୍ଜଲତା ପଣ୍ତା, ସିଂହାପୁର ପଞ୍ଚାୟତ ସରପଞ୍ଚ ହୃଦାନନ୍ଦ ସାହୁ, ଧର୍ମଶାଳା ବ୍ଲକ୍ ଦେଓଦା ପଞ୍ଚାୟତ ସମିତିସଭ୍ୟ ଅନନ୍ତ ତରାଇ, ଆରୁହାଁ ସମିତି ସଭ୍ୟା ମମତା ମାଝୀ, ପୂର୍ବତନ ସରପଞ୍ଚ ପିତାମ୍ବର ନାୟକ, ମଙ୍ଗଳପୁର ସରପଞ୍ଚ ପ୍ରମୋଦ କୁମାର ଜେନା, ଚହଟା ସରପଞ୍ଚ ସୁମିତ୍ରା ସ୍ବାଇଁ, ସମିତିସଭ୍ୟା ସସ୍ମିତା ନାୟକ, ମିର୍ଜାପୁର ସମିତିସଭ୍ୟଙ୍କ ସ୍ବାମୀ ବୃନ୍ଦାବନ ବେହେରା, ଭବାନୀପୁର ସମିତିସଭ୍ୟା ସରୋଜିନୀ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

ଏହାସହ, ସୁନ୍ଦୁରିଆ ସରପଞ୍ଚ ନିର୍ମଳ କୁମାର ଦାସ, ବିଜେଡି ପଞ୍ଚାୟତ ସଭାପତି ହେମନ୍ତ ଜେନା, ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ବାଳ,, ମହିସରା ସରପଞ୍ଚ ସଫଳା ବେହେରା, ସମିତିସଭ୍ୟ ପବିତ୍ର ବେହେରା, ମଧୁସୂଦନପୁର ସମିତିସଭ୍ୟ ବିଦ୍ୟାଧର ମଲିକ, ହରିଦାସପୁର ସରପଞ୍ଚ ବିକ୍ରମ ବିଶ୍ବାଳ, ସମିତିସଭ୍ୟା ସବିତା ସାମଲ, ଗଙ୍ଗାଧରପୁର ସମିତିସଭ୍ୟା ତିଳୋତ୍ତମା ବରାଳ, ବିଜେଡି ପଞ୍ଚାୟତ ସଭାପତି ଡ. ସିତାଂଶୁ ଶେଖର କର, , କ୍ଷେତ୍ରପାଳ ନାଏବ ସରପଞ୍ଚ ସୁବାସ ଚନ୍ଦ୍ର ଜେନା, ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତିରଂଜନ ବେହେରା, ଜିଲ୍ଲା ଛାତ୍ର ସମ୍ପାଦକ ସପ୍ତସାଗର ଦାସ, ଦେବବ୍ରତ ରାଉତ, ସ୍ବାଗତ ଦାସ, ପ୍ରତାପ ଦାସ,, ଶୈଳେନ୍ଦ୍ର ସାହୁ, ସରୋଜ ସାହୁ, ଅଭିଜିତ ଭୂୟାଁ,, ବିଜେଡି ନେତା କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଅନ୍ୟ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

ନବାଗତମାନଙ୍କୁ ବିଧାୟକ ହିମାଂଶୁ ସାହୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ବିଜେପି ଯୁବନେତା ସବ୍ୟସାଚୀ ସୁନ୍ଦରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଜେପି ନେତା ସର୍ବେଶ୍ବର ବେହୁରା, ଶ୍ରୀକାନ୍ତ ସାହୁ, ଉପେନ୍ଦ୍ର କର, ପ୍ରକାଶ ସାମଲ, ଅଧରକାନ୍ତ ଜେନା ଓ ଆଲୋକ ଲେଙ୍କା ସଂଚାଳନ କରିଥିଲେ। ଯୁବନେତା ସିବୁଲି ଧୀର, ନାରାୟଣ ମଲିକ, ରବୀନ୍ଦ୍ର ବରାଳ, ରାଜେଶ କୁମାର ପାଳ, ଗୌତମ କୁମାର ସାହୁ, ବିଶ୍ବଜିତ ପୃଷ୍ଟି, ସୁଧୀର ବେହେରା, ଅଂଶୁମାନ ରଥ, ରାଜକିଶୋର ସ୍ବାଇଁ, ଲୋକନାଥ ମହାନ୍ତି, ବିଭୁରଂଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *