ଉତ୍ତରପ୍ରଦେଶର ସାହାରନପୁରରେ ଆତଙ୍କବାଦ ବିରୋଧୀ ସ୍କ୍ୱଆଡ଼ (ଏଟିଏସ୍) କବଜାରେ ତିନି ଧର୍ମ ପରିବର୍ତ୍ତନକାରୀ। ତିନି ଅଭିଯୁକ୍ତ ଯୁବକ ଅନ୍ୟ ଧର୍ମର ଯୁବକମାନଙ୍କ ସହ ପ୍ରଥମେ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହା ପରେ ସେହି ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ହନିଟ୍ରାପର ଫନ୍ଦାରେ ପକାଇ ଧର୍ମାନ୍ତରଣ କରାଉଥିଲେ । ସବୁଠୁ ବଡ କଥା, ଏହି ଅଭିଯୁକ୍ତମାନେ ଅନଲାଇନ୍ କ୍ୟାରମ ଖେଳକୁ ଆୟୁଧ କରିଥିଲେ ବୋଲି ଏସଟିଏଫ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତ ହେଲେ ନାଜିମ ହାସନ, ମହମ୍ମଦ ସାଦିକ ଏବଂ ଅଜହର ।
ବାସ୍ତବରେ, ଏଟିଏସ୍ ଅତୀତରେ ସୂଚନା ପାଇଥିଲା ଯେ ସାହାରନପୁରର କିଛି ଲୋକଙ୍କର ଏକ ଗ୍ୟାଙ୍ଗ ଅନ୍ୟ ଜାତିର ଲୋକଙ୍କୁ ସେମାନଙ୍କ ଜାଲରେ ଫଶାଇ ଧର୍ମାନ୍ତରଣ କରିବା କାର୍ଯ୍ୟ କରୁଛନ୍ତି I ଏହା ପରେ, ଏଟିଏସ୍ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିଲା। ତଦନ୍ତ କାଳରେ ତିନି ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା ତଦନ୍ତକାରୀ ସଂସ୍ଥା ଓ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଆରମ୍ଭ କରିଥିଲା। ଏଥିସହ ରୂପାନ୍ତର ସମ୍ବନ୍ଧରେ ଇଣ୍ଟରନେଟ୍ ମିଡିଆରେ ପୋଷ୍ଟ କରାଯାଇଥିବା ବିଷୟବସ୍ତୁକୁ ଖୋଜିଥିଲା I
ନାଜିମ ଔଷଧ ଦେବା ଏବଂ ବିଭିନ୍ନ ରୋଗ ଭଲ କରିବା ବାହାନାରେ ଲୋକଙ୍କ ଘରକୁ ଯା ଆସ କରୁଥିଲା । ଏହି କାମରେ, ସେ ସାହାରନପୁରର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ପୁଅ ରୋହିତକୁ ନିଜ ଜାଲରେ ଫସାଇଥିଲା । ପରେ ରୋହିତଙ୍କୁ ମଦ୍ରାସାକୁ ଡାକି ନମାଜ ପଢ଼ାଇବା ଶିଖାଇବା ସହିତ ରୋଜା ରଖିବା ମଧ୍ୟ ଶିଖାଇଥିଲା । ରୋହିତ କାମ ଧନ୍ଦା ନ ପାଇ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁ ଥିବାରୁ ଇସଲାମ ଧର୍ମ ଗ୍ରହଣ କଲେ ସେ ଚାକିରି ପାଇବେ ବୋଲି ମଧ୍ୟ ପ୍ରଲୋଭିତ କରିଥିଲା ନାଜିମ ।
ଏହି ସମୟରେ, ନାଜିମ ନିର୍ଦ୍ଦେଶରେ କର୍ଣ୍ଣାଟକର ବେଙ୍ଗାଲୁରୁର ବାସିନ୍ଦା ରେଶମା ଅନଲାଇନ୍ କ୍ୟାରମ ବୋର୍ଡ ମାଧ୍ୟମରେ ରୋହିତଙ୍କ ସହ ଘନିଷ୍ଠତା ବଢାଇଥିଲା। ସେ ମଧ୍ୟ ରୋହିତକୁ ନମାଜର ମହତ୍ମ୍ୟ ବୁଝାଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପିତ ହେବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଛିଲେ ଉଭୟ। କିନ୍ତୁ ବିବାହ କରିବା ପାଇଁ ରେଶମା ରୋହିତଙ୍କୁ ଧର୍ମାନ୍ତରଣ କରାଇଥିଲା I
ଏହି କାର୍ଯ୍ୟରେ ମ. ସାଦିକ ଏବଂ ଆଝହର ସହଯୋଗ କରିଥିଲେ I ଏହି ତିନି ଅଭିଯୁକ୍ତ ଏଟିଏସର ପଚରାଉଚରା ବେଳେ ସେମାନଙ୍କ ଅପରାଧ ସ୍ୱୀକାର କରିଛନ୍ତି। ରେଶମାଙ୍କୁ ଗିରଫ କରାଯାଇ ନାହିଁ। ବାସ୍ତବରେ, ରେଶମାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପାକିସ୍ତାନରୁ ଚାଲିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି।